ଅଖିଳ ଭାରତ କିଷାନ ମଜଦୂର ସଭାର ଦୁଇଦିନିଆ ଜାତୀୟ ସାଧାରଣ ପରିଷଦ ଉଦଘାଟିତ।

0
574

ବ୍ରହ୍ମପୁର,୩୦/୭(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ):ବ୍ରହ୍ମପୁରରେ ଆୟୋଜିତ ହୋଇଛି ଅଖିଳ ଭାରତ କିଷାନ ମଜ଼ଦୁର ସଭାର ଦୁଇଦିନିଆ ଜାତୀୟ ସାଧାରଣ ପରିଷଦ ବୈଠକ। ବୈଠକରେ ସମଗ୍ର ଦେଶର ବିଭିନ୍ନ ରାଜ୍ୟରୁ ଦୁଇ ଶହରୁ ଅଧିକ କୃଷକ ଓ କୃଷକନେତା ଯୋଗ ଦେଇଛନ୍ତି। ସ୍ଥାନୀୟ ପ୍ରକାଶମ ହଲରେ ଆୟୋଜିତ ଏହି ବୈଠକରେ କୃଷକଙ୍କ ବିଭିନ୍ନ ସମସ୍ୟା ଓ ସରକାରୀ ସ୍ତରରେ କିଭଳି ପ୍ରତିଶୃତି ଦେଇ ପ୍ରତାରିତ କରାଯାଉଛି ତାହାକୁ ନେଇ ଆଲୋଚନା କରାଯିବ। ଏହା ସହିତ ବିଭିନ୍ନ ରାଜ୍ୟରେ ସରକାରଙ୍କ କୃଷକଙ୍କ ପାଇଁ ଉଦ୍ଧିଷ୍ଟ ଯୋଜନା ଓ ସେଗୁଡିକ ଦ୍ୱାରା କୃଷକମାନେ କେତେଦୂର ଉପକୃତ ହେଉଛନ୍ତି ଅଥବା ନାହିଁ ସେନେଇ ମଧ୍ୟ ବିସ୍ତୃତ ଆଲୋଚନା କରାଯିବ। ଆସନ୍ତାକାଲି ଏହି ବୈଠକ ଉଦଯାପିତ ହେବାକୁ ଥିବାବେଳେ କୃଷକଙ୍କ ହକ ପାଇଁ ଆନ୍ଦୋଳନ ଗଢି ତୋଳିବା ପାଇଁ ମଧ୍ୟ ଖସଡ଼ା ଚୂଡାନ୍ତ ହେବ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here