ଜଗନ୍ନାଥ ପ୍ରସାଦ କଲେଜ ରେ ସମ୍ବିଧାନ ଦିବସ ପାଳିତ

0
223

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଡିଗ୍ରୀ କଲେଜ ପରିସରରେ ମୋ କଲେଜ ଅଭିଯାନ, ଜାତୀୟ ସେବା ଯୋଜନା ଓ ଯୁବ ରେଡକ୍ରସ୍ ଶାଖା ମିଳିତ ଆନୁକୂଲ୍ୟରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ସଭାକୁ ସଭାପତି ତଥା କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶ୍ରୀଯୁକ୍ତ ସନାତନ ସାହୁ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ତତ୍ ସଙ୍ଗେ ସଙ୍ଗେ ଶ୍ରୀଯୁକ୍ତ ସାହୁ ନିଜ ଭାଷଣରେ ସମ୍ବିଧାନର ପ୍ରସ୍ତୁତି, ମୁଖବନ୍ଧ ଏବଂ ଭାରତରେ ଗଣତନ୍ତ୍ରର ସଫଳ ରୂପାୟନ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ଯୁକ୍ତ ତିନି ଶେଷ ବର୍ଷ ଛାତ୍ରୀ ସୁଶ୍ରୀ ପ୍ରିୟଙ୍କା । ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଜାତୀୟ ସେବା ଯୋଜନା ଅଧିକାରୀ ଡ଼ଃ ପ୍ରମୋଦ କୁମାର ଚୌଧୁରୀ । ଏହି ଦିବସରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ “ଭାରତ ଗଣତନ୍ତ୍ରର ଜନନୀ” ଶୀର୍ଷକ ଉପରେ ବକୃତା ପ୍ରତିଯୋଗୀତା ଅନୁଷ୍ଠିତ କରାଯାଇ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ନିମନ୍ତେ ଛାତ୍ରଛାତ୍ରୀ ମାନଙ୍କୁ ଯୋଗ୍ୟ ବିବେଚିତ କରାଯାଇଥିଲା । ସଭାରେ ବରିଷ୍ଠ ଅର୍ଥନୀତି ଅଧ୍ୟାପକ ଡ଼ଃ ବିନୋଦ କୁମାର ଦାସ, ଶ୍ରୀଯୁକ୍ତ ନିରଞ୍ଜନ ଶତପଥୀ, ଶ୍ରୀଯୁକ୍ତ ବିଭୂତି ଭୂଷଣ ପ୍ରଧାନ, ବିରଞ୍ଚି ନାରାୟଣ ପ୍ରଧାନ ଉପସ୍ଥିତ ରହି ସେମାନଙ୍କ ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ । ଗ୍ରନ୍ଥାଗାରିକ ଶ୍ରୀଯୁକ୍ତ ରଘୁନାଥ ପାଣି, ରେଡକ୍ରସ୍ କାଉନସିଲର ସରୋଜ କୁମାର ନାୟକ ଓ କଲେଜର ସମସ୍ତ କର୍ମଚାରୀ ଓ ଯୁବ ରେଡକ୍ରସ୍, ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ ଗୋପାଳ ନାୟକ, ଫକୀର ମୋହନ ସେନାପତି, ଉପସ୍ଥିତ ରହି ସଭା ପରିଚାଳନା ରେ ସହାୟତା କରିଥିଲେ । ପରିଶେଷରେ ଅଧ୍ୟାପକ ଡ଼ଃ ଚୌଧୁରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here