ରାଜ୍ୟସଭାରେ ପ।ସ୍ ହେଲ। ଟ୍ରିପଲ ତଲାକ୍ ବିଲ୍ , ର।ଷ୍ଟ୍ରପତିଙ୍କ ସମ୍ମତି ପରେ ହେବ ଅ।ଇନ

0
621

ନୂଆଦିଲ୍ଲୀ (ନ୍ୟୁଜ୍ ଏକ୍ସଟ୍ର। ବ୍ୟୁରୋ ) :- ଶେଷରେ ରାଜ୍ୟସଭାରେ ପ।ସ୍ ହେଇଛି ଟ୍ରିପଲ ତଲାକ୍ ବିଲ୍ । ବିଜେପି ସରକାରର ଏହା ଏକ ବୃହତ ବିଜୟ ବୋଲି କୁହାଯାଉଛି। ବହୁତ୍ ସମୟର ଅନୁଧ୍ୟ।ନ ପରେ ପ।ସ୍ ହେଇଛି ଏହି ବିଲ୍ । ବର୍ତ୍ତମାନ ଏହି ବିଲ୍ ଅନୁମୋଦନ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖକୁ ଯିବ । ସେ ବର୍ତ୍ତମାନ ବିଦେଶ ଗସ୍ତରେ ଅଛନ୍ତି ।
ଏହି ବିଲ୍ ପୂର୍ବରୁ ସୁପ୍ରିମ୍କୋର୍ଟ ସ୍ପଷ୍ଟ କରିସାରିଥିଲେ ଯେ ତତ୍କାଳ ଟ୍ରିପଲ ତଲାକ୍ ଏକ ଅଣସାମ୍ବିଧାନିକ। ସୁପ୍ରିମ୍କୋର୍ଟ ଏହ ମଧ୍ୟ କହିଥିଲେ ଯେ ୩ ଥର ତଲାକ୍ କହି ଛାଡ଼ପତ୍ର ଦେବା ଅବୈଧ ଏବଂ ବେଆଇନ । ଏହାକୁ ଅପରାଧର ମାନ୍ୟତା ଦେବା ଏବଂ ମୁସଲିମ୍ ମହିଳାଙ୍କ ସମ୍ମାନ ରକ୍ଷା କରିବ। ପାଇଁ ଉଦ୍ଦିଷ୍ଟ ଏହି ବିଲ୍ ଆଇନରେ ପରିଣତ ହେଲେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ମିଳିବ। ଏହି ବିଲ୍ ପୂର୍ବରୁ ମଧ୍ୟ ଆଗତ ହୋଇଥିଲା, କିନ୍ତୁ ରାଜ୍ୟସଭାରେ ପାରିତ ହେବାରେ ବିଳମ୍ବ ଯୋଗୁ ଏବଂ ସରକାରର ଅବଧି ସରିଯିବାରୁ ଏହାର ବିଲୋପ ଘଟିଥିଲା।
ଆଜିର ଏହି ଭୋଟିଂରେ ଟିଆରଏସ୍ ଏବଂ ଟିଡିପିର ସଦସ୍ୟମାନେ ଅନୁପସ୍ଥିତ ରହିଥିଲେ। ଅନ୍ୟପକ୍ଷରେ ଭୋଟିଂ ଆରମ୍ଭ ହେବାପରେ ବିଏସ୍ପି ସାଂସଦମାନେ ଗୃହ ବାହାରକୁ ପଳାଇଥିଲେ। ଓଡ଼ିଶାରେ କ୍ଷମତାସୀନ ବିଜେଡି ଏହି ବିଲ୍କୁ ସମର୍ଥନ ଜଣାଇଥିଲା। ଅନ୍ୟପକ୍ଷରେ ଏନ୍ଡିଏରେ ଥାଇ ମଧ୍ୟ ଜେଡିୟୁ ଏହି ବିଲ୍କୁ ବିରୋଧ କରିଥିଲା।

LEAVE A REPLY

Please enter your comment!
Please enter your name here