କରୋନା ନେଲା ଆଉ ୨ ଜୀବନ,କରୋନା ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି

0
319

ଭୁବନେଶ୍ୱର:ଆଜି ନୂଆ ୨୦୬ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ଜୀବନ ନେଇଛି କରୋନା । ୨ ଜଣ ମୃତକ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି ।ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି।ତେବେ କରୋନାରେ ମୃତ୍ୟୁବରଣ କରିଥିବା ୨ ଜଣ ହେଉଛନ୍ତି ମହିଳା । ଜଣେ ୪୮ ବର୍ଷୀୟ ହୋଇଥିବା ବେଳେ ଅନ୍ୟ ଜଣେ ମାତ୍ର ୩୯ ବର୍ଷୀୟ ମହିଳା ବୋଲି ଜଣାପଡିଛି । ଯେ କି କିଡନୀ ରୋଗୀରେ ପୀଡିତ ଥିଲେ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here