ସାତ ଦିନ ପାଇଁ ସଟଡାଉନ୍ ହେଲା ଛତ୍ରପୁର ଏନଏସି

0
308

ଛତ୍ରପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ସୋମବାର ସୁଦ୍ଧା ଜିଲାରେ ୧୩୬୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ରୋକିବା ଦିଗରେ ରାଜ୍ୟ ସରକାର ଓ  ଜିଲା ପ୍ରଶାସନର ଉଦ୍ୟମ ଜାରିରହିଛି।ଏହା ମଧ୍ୟରେ ଛତ୍ରପୁର ଏନଏସିରେ ଆସନ୍ତା କାଲିଠାରୁ ୭ ଦିନ ପାଇଁ ସଟ୍ ଡ଼ାଉନ କରାଯାଇଛି । କରୋନା ସଂକ୍ରମଣରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଥିବା ବେଳେ ଏହାର ମୁକାବିଲା ପାଇଁ ସଟଡ଼ାଉନ ଘୋଷଣା କରାଯାଇଛି । ଜୁନ୍ ମାସ ୩୦ରୁ ଜୁଲାଇ ମାସ ୬ ତାରିଖ ଯାଏଁ ସଟ୍‌ଡ଼ାଉନ୍ ଘୋଷଣା କରାଯାଇଛି ।ଏନେଇ ଜିଲ୍ଲାପାଳ ଘୋଷଣା କରିଛନ୍ତି । ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସବୁ କିଛି ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।ତେବେ ସଟ୍‌ଡାଉନ ଘୋଷଣା ପରେ ବଜାରରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ବିଭିନ୍ନ ସାମଗ୍ରୀ କିଣିବା ଲାଗି ବଜାରରେ ଗହଳି ଲାଗି ରହିଥିଲା।

LEAVE A REPLY

Please enter your comment!
Please enter your name here