ବାଲିଆପଟାରେ ଗୋଷ୍ଟି ସଂଘର୍ଷ ; ୧୧ ଜଣ ଆହତ

0
783

ଭଞ୍ଜନଗର(ନିଲୁ ବିଶୋଇ)ଭଞ୍ଜନଗର ଥାନା ଅନ୍ତର୍ଗତ ବାଲିଆପଟା ଗ୍ରାମରେ ଦୁଇ ଗୋଷ୍ଟି ମଧ୍ୟରେ ଗୋଷ୍ଟି ସଂଘର୍ଷ ଘଟି ୯ ଜଣ ଆହତ ହୋଇଥିବା ବେଳେ ସଂଘର୍ଷରେ ମଧ୍ୟସ୍ଥତା କରିବାକୁ ଯାଇ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ବାଲିଆପଟା ଗ୍ରାମରେ ଦୁଇ ସାହି ମଧ୍ୟରେ ପୂର୍ବରୁ ତିକ୍ତତା ଲାଗି ରହିଥିଲା। ଫଳରେ ଗତକାଲି କିଛି ଯୁବକ ଅନ୍ୟ ସାହିକୁ ଯାଇ ପାଟିତୁଣ୍ଡ ଓ ଗାଳି କରିବା ପରେ ଉଭୟ ଗୋଷ୍ଟି ମଧ୍ୟରେ ତିକ୍ତତା ଉଗ୍ରରୂପ ନେବା ସହ ହାତାହାତୀ ହୋଇଯାଇଥିଲେ। ଫଳରେ ଏହି ମାରପିଟ୍ ରେ ୧୧ ଜଣ ଆହତ ହୋଇଥିଲେ। ଗୁରୁତର ଦୁଇ ଜଣ ଭଞ୍ଜନଗର ଉପଖଣ୍ଡ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ୯ ଜଣ ଆହତ ଙ୍କୁ ପ୍ରାଥମିକ ଚିକିତ୍ସା ପରେ ପୋଲିସ ଅଟକ ରଖି ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି

LEAVE A REPLY

Please enter your comment!
Please enter your name here