ଦୀର୍ଘ ଘଣ୍ଟା ଧରି ପଡିରହିଥିବା ଅସୁସ୍ଥ ଗାଈର ଚିକିତ୍ସା କଲେ ଗୃହ ରକ୍ଷୀ….

0
330

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ)ମାଲିକମାନେ ନିଜ ଗାଈମାନଙ୍କ ଠାରୁ କ୍ଷୀର ଆଦାୟ କରିବା ପରେ ଗାଈମାନଙ୍କୁ ରାସ୍ତାରେ ଛାଡ଼ିଦିଅନ୍ତି । ଜନଶୂନ୍ୟ ରାସ୍ତାରେ ବୁଲୁଛନ୍ତି ଗୋରୁଗାଈ । ଖାଦ୍ୟ ପାଇଁ ଏମାନେ ଡହଳ ବିକଳ ହେଉଛନ୍ତି । ଏପରି କି ଖାଦ୍ୟ ଭାବ ଯୋଗୁ କେତେକ ପଶୁ ଏକପ୍ରକାର ମରଣ ମୁହଁକୁ ଠେଲି ହୋଇଗଲେଣି । କରୋନା ମୁକାବିଲା କଟକଣା ପାଇଁ ଜନଜୀବନ ପ୍ରଭାବିତ । ଏଥିରୁ ଜୀବଜନ୍ତୁ ବି ବାଦ୍ ପଡିନହନ୍ତି । ଆଜି ଠିକ୍ ଏହିଭଳି ଅନାହାର ରେ ଶିକାର ହୋଇ ମୃତ୍ୟୁ ସହିତ ସଂଗ୍ରାମ କରୁଥିଲା ଏକ ନିରୀହ ଗାଈଟିଏ । ବ୍ରହ୍ମପୁର ଆମ୍ବପୁଆ ରିଜର୍ଭ ପୁଲିସ ପଛପଟେ ଅସହାୟ ଅବସ୍ଥାରେ ଦୀର୍ଘ ଘଣ୍ଟା ଧରି ପଡି ରହିଥିବା ଗାଈଟିର ସୋସିଆଲ ମିଡ଼ିଆ ମାଧ୍ୟମରେ ଖବର ପ୍ରକାଶ ପାଇବା ମାତ୍ରେ ଗୋରୁଗାଈ ସେବାରେ ନୀୟଯିତ ଥିବା ସାମ୍ବାଦିକ ଲଲାଟେନ୍ଦୁ ଚୌଧୁରୀ ଘଟଣା ସ୍ଥଳେ ପହଞ୍ଚି ସଂଗେ ସଂଗେ ପଶୁ ଚିକିତ୍ସାଳୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ଘଟଣା ସ୍ଥଳକୁ ଆମ୍ବୁଲାନ୍ସ ସହିତ ପଶୁ ଚିକିତ୍ସାଳୟର କର୍ମଚାରୀ ଏବଂ ଡକ୍ଟର ସୈାମୀକ୍ ସ୍ୱାଇଁ, କର୍ମଚାରୀ ପ୍ରଣୟ ପ୍ରସାଦ ରେଡ୍ଡୀ, ସାଇ ରାମ ରେଡ୍ଡୀ ପହଞ୍ଚି ଗାଈଟିର ଚିକିତ୍ସା କରିଥିଲେ । ଗାଈଟି ଦୀର୍ଘଦିନ ଧରି ଅସୁସ୍ଥ ଥିବାରୁ ଇଞ୍ଜେକସନ, ମେଡ଼ିସିନ ଏବଂ ସାଲାଇନ୍ ଦିଆଯାଇଥିଲା । ଏଥିରେ ଗୃହରକ୍ଷୀ ଆଶିଷ ପାଣିଗ୍ରାହୀଙ୍କ ସହ ରିଜର୍ଭ ପୁଲିସ ବିଭାଗ ବହୁ କର୍ମଚାରୀ ଉପସ୍ଥିତ ରହି ଆହତ ହୋଇଥିବା ଗାଈଟିର ଚିକିତ୍ସାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here