ନୂତନ ସଂକୀର୍ତ୍ତନ ମଣ୍ଡଳୀ ଗଠିତ

0
264

ବେଲଗୁଣ୍ଠା(ଶିବରାମ ଚୌଧୁରୀ ) ଦିନକୁ ଦିନ ବିଭିନ୍ନ ଅଞ୍ଚଳରେ ଅଞ୍ଚଳର ଲୋକକଳା, ପ୍ରଥା ପରମ୍ପରା ବୁଡ଼ି ଯିବାକୁ ବସିଥିବା ବେଳେ ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଖଇରପୁଟି ଗ୍ରାମରେ କିନ୍ତୁ ଏହାର ବ୍ୟତିକ୍ରମ ଘଟିଛି I ସଂକୀର୍ତ୍ତନ ଗୁରୁ ରାଧାକାନ୍ତ ସାହୁ ନିଜସ୍ୱ ଉଦ୍ୟମ ଏବଂ ନିଜସ୍ୱ ଖର୍ଚ୍ଚରେ ଗଠନ କରିଛନ୍ତି ଏକ ଶିଶୁ ସଂକୀର୍ତ୍ତନ ମଣ୍ଡଳୀ I ସୂଚନା ପ୍ରକାରେ ଖଇରପୁଟି ଗ୍ରାମର ନୁଆଁସାହିର 20 ଜଣ ଶିଶୁ କଳାକାରଙ୍କୁ ନେଇ ଆଜି ମାଆ ବାଇଧର ସଂକୀର୍ତ୍ତନ ମଣ୍ଡଳୀ ଗଠିତ ହୋଇଯାଇଛି I ଏହି ସଂକୀର୍ତ୍ତନ ମଣ୍ଡଳୀର ନିର୍ଦ୍ଦେଶନା ଦାୟିତ୍ୱରେ ଗୁରୁ ରାଧାକାନ୍ତ ସାହୁ ଥିବା ବେଳେ ସହ ନିର୍ଦ୍ଦେଶନା ଦାୟିତ୍ୱରେ ଧର୍ମରାଜ ମହାରଣା ଅଛନ୍ତି I ସେହିପରି ସଂକୀର୍ତ୍ତନ ମଣ୍ଡଳୀର ସଭାପତି ଭାବେ ରବିନ୍ଦ୍ର ଗୌଡ, ଉପଦେଷ୍ଟା ଭାବେ ପ୍ରତାପ ଚନ୍ଦ୍ର ଜେନା ଏବଂ ସହଯୋଗୀ ଭାବେ ସାଗର ଗୌଡ ଓ ବ୍ରିଦେଶ୍ ମହାପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି I ଯୁବ ସାମ୍ବାଦିକ ଜଗନ୍ନାଥ ନାୟକ ଏହି ସଂକୀର୍ତ୍ତନ ମଣ୍ଡଳୀର ସମ୍ପୂର୍ଣ୍ଣ ପରିଚାଳନା ଦାୟିତ୍ୱ ନିର୍ବାହ କରୁଛନ୍ତି I ଏହି ଶିଶୁ ସଂକୀର୍ତ୍ତନ ମଣ୍ଡଳୀ ଆଗାମୀ ଦିନରେ ଅଞ୍ଚଳର କଳା ସଂସ୍କୃତିକୁ ପ୍ରଚାର ଓ ପ୍ରସାର କରିବା ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ଗୁରୁ ଶ୍ରୀ ସାହୁ ପ୍ରକାଶ କରିଛନ୍ତି I ଏହିଭଳି ଏକ କାର୍ଯ୍ୟକ୍ରମକୁ ଖଇରପୁଟି ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି I

LEAVE A REPLY

Please enter your comment!
Please enter your name here