ବିସ୍ପୋରଣ ଘଟି ୨ ଷଷ୍ଠ ଶ୍ରେଣୀର ଛାତ୍ର ଗୁରୁତର

0
315

ଧରାକୋଟ(କାଳୁ ଚରଣ ମହାପାତ୍ର) ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ବରଡ଼ାବିଲି ଗ୍ରାମ ପଂଚାୟତ ହରିପୁର ଗ୍ରାମରେ ଏକ ଅଘଟଣ ଘଟିଥିବା ସୂଚନା ମିଳିଛି ।କୌଣସି ଏକ ବିସ୍ପୋରକ ଦ୍ରବ୍ୟର ବିସ୍ପୋରଣ ଘଟି ଦୁଇଜଣ ନାବାଳକ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଧରାକୋଟ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁରl ବଡ଼ମେଡିକେଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ମୁତାବକ ଗତକାଲି ସନ୍ଦ୍ୟାରେ ଦୁହେଁ ଖେଳୁଥିବା ବେଳେ କୌଣସି ଏକ ବିସ୍ପୋରକ ଦ୍ରବ୍ୟର ବିସ୍ପୋରଣ ଘଟି ଦୁହେଁ ଆହତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here