ପୋଲସରା ପୋଲିସ ପକ୍ଷରୁ କରୋନା ସଚେତନତା ରାଲି

0
355

ପୋଲସରା(ଅନିଲ କୁମାର ମହାରଣା)ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଓ ସହରରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ସମେତ ସ୍ଥାନୀୟ ପ୍ରଶାସନର ମଧ୍ୟ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସମୟ ଅନୁସାରେ ପୋଲସରା ସହରକୁ ଲକ୍ ଡାଉନ୍ ସହ ସଟ୍ ଡାଉନ୍ କରାଯାଉଛି । ଏଭଳି ସ୍ଥିତିରେ କିଛି ଅମାନିଆ ବ୍ୟକ୍ତି କୌଣସି କାରଣ ନଥାଇ ସହର ମଧ୍ୟରେ ଅନାବଶ୍ୟକରେ ବୁଲୁଥିବା ବେଳେ ପୋଲସରା ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ବାରା ଲୋକଙ୍କୁ ସଚେତନ କରାଯାଉଛି । ତଥାପି ଲୋକମାନେ ସୁରକ୍ଷା ନେଇ ଚିନ୍ତିତ ନଥିବା ଦେଖି ପୋଲସରା ପୋଲିସ ପକ୍ଷରୁ ଆଜି ଗୁରୁବାର ଅପରାହ୍ନରେ ଲୋକଙ୍କୁ ସଚେତନତା କରାଯାଇଛି । ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକଙ୍କ ନେତୃତ୍ୱରେ ସମସ୍ତ ପୋଲିସ କର୍ମଚାରୀ ଓ ଆର୍ମି ଅଫିସର ମାନେ ନିଜ ହାତରେ କରୋନା ସଚେତନତା ପାଇଁ ପ୍ଲାକ କାର୍ଡ଼ ଧରି ପୋଲସରା ମୁଖ୍ୟ ସଡ଼କ ରେ ରାଳିରେ ଯାଇ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ । କରୋନା ମହାମାରୀରି କୁ ନେଇ ରାଜ୍ୟ ସରକାରଙ୍କ ଯେଉଁ ଭଳି ଗାଇଡ଼ଲାଇନ୍ ପ୍ରସ୍ତୁତ କରିଛନ୍ତି ସେହି ସବୁ ଗାଇଡ଼ଲାଇନ୍ କୁ ମାନିବା ଏବଂ ସମ୍ମାନ ଦେବା ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ । ନିଜର ଏବଂ ନିଜ ପରିବାର ସୁରକ୍ଷାକୁ ନେଇ ସମସ୍ତେ ଏହି ଲକ୍ ଡାଉନ୍ ସମୟରେ ଘରେ ରହିବା ସହ ଅତି ଆବଶ୍ୟକତା ନଥିଲେ ଘରୁ ବାହାରକୁ ନ ଆସିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରି ସଚେତନତା ସୃଷ୍ଟି କରିଥିଲେ ।

LEAVE A REPLY

Please enter your comment!
Please enter your name here