ବାଇକ ଦୁର୍ଘଟଣାରେ ଯୁବକର ମୃତ୍ୟୁ

0
692

ଭଞ୍ଜନଗର / ଜଗନ୍ନାଥପ୍ରସାଦ(ନିଲୁ ବିଶୋଇ) ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ବିଡ଼ିପୁର ଭୂଷଣ୍ଡପାଳ ଛକ ନିକଟରେ ବାଇକ ଦୁର୍ଘଟଣାରେ ଛାମୁଣ୍ଡା ଗ୍ରାମର ଜିତୁ ସେଠୀ (୩୦) ନାମକ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ ଆଜି ସନ୍ଧ୍ୟା ସମୟରେ ଜିତୁ ବରଗାଁରୁ ଜଣେ ମହିଳାଙ୍କୁ ବସାଇ ନିଜ ଗ୍ରାମ ଛାମୁଣ୍ଡା ଅଭିମୁଖେ ଆସୁଥିବା ବେଳେ ମୁଖ୍ୟ ରାସ୍ତା ଉପରେ ଅନ୍ୟ ଜଣେ ବ୍ୟକ୍ତି ସାଇକେଲରେ ହଠାତ ଆସିଯିବାରୁ ସେ ଭାରସାମ୍ୟ ହରାଇ ବସିଥିଲେ। ଫଳରେ ଘଟଣା ସ୍ଥଳରେ ବାଇକଟି ଦୁର୍ଘଟଣା ହେବା ସହ ସେ ମୃତ୍ୟୁ ବରଣ କରିଥିଲେ। ଖବର ପାଇ ଜଗନ୍ନାଥପ୍ରସାଦ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ମୃତ ଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଭଞ୍ଜନଗର ଉପଖଣ୍ଡ ମେଡିକାଲକୁ ପଠାଇଛି ଓ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି

LEAVE A REPLY

Please enter your comment!
Please enter your name here