ଧର୍ମପରାୟଣ ମହିଳାଙ୍କ ବିୟୋଗରେ ଶୋକ

0
1190

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଖଇରୀଖମା ଗ୍ରାମରେ ଜଣେ ଧର୍ମପରାୟଣ ମହିଳା କମା ବାରିକଙ୍କ 55 ବର୍ଷ ବୟସରେ ସୋମବାର ରାତ୍ର ଏକ ଘଣ୍ଟ ସମୟରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ଘଟିଛି । ତାଙ୍କ ବିୟୋଗରେ ସମଗ୍ର ବଡ ଖଇରୀଖମା ପଞ୍ଚାୟତରେ ଶୋକର ଛାୟା ଖେଳି ଯାଇଛି । ସେ ଦୀର୍ଘ ଦିନରୁ କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ l

ସେ ଏକାଧାରରେ ଜଣେ ପରୋପକାରୀ, ଦୟାଳୁ, ମିଷ୍ଠଭାଷୀ, ଧର୍ମପରାୟଣ, ଭାଗବତ ପ୍ରେମୀ ମହିଳା ଭାବରେ ବେଶ ଜଣାଶୁଣା ଥିଲେ । କନ୍ୟା ସଂକ୍ରାନ୍ତି ତଥା ବିଶ୍ୱକର୍ମା ପୂଜା ପର୍ବରେ ତାଙ୍କ ବିୟୋଗ ଘଟିଥିଲା । ତାଙ୍କ ଆଧ୍ୟାତ୍ମିକତା ବ୍ୟକ୍ତିତ୍ୱର ଅଧିକାରୀ ଯୋଗୁଁ ଏଭଳି ଶୁଭ ମୂହୂର୍ତ୍ତରେ ବିୟୋଗ ହେବା ସମ୍ଭବ ହୋଇପାରିଛି ବୋଲି ସାଧାରଣରେ ବେଶ ଚର୍ଚ୍ଚା ଧରିଛି । ତାଙ୍କ ଶେଷ ଦର୍ଶନ ନିମନ୍ତେ ପଞ୍ଚାୟତ ର କନିଷ୍ଠ ଠାରୁ ବରିଷ୍ଠ ପର୍ୟ୍ୟନ୍ତ, ଆତ୍ମୀୟ ଲୋକ, ବନ୍ଧୁ ପରିଜନ ମାନଙ୍କର ସୂଅ ଛୁଟିଥିବାର ଦେଖିବାକୁ ମିଳିଥିଲା । ତାଙ୍କ ମୃତ୍ୟୁ ଶଯ୍ୟାରେ ସ୍ଵାମୀ ବେନୁ ବାରିକ, ପୁଅ ବଳରାମ, ବାଳୀ, ଝିଅ ଛବିତା, ଜ୍ୱାଇଁ ବିଶୁନୁ ପ୍ରଧାନ ଓ ନାତିନାତୁଣୀ ସମେତ ବନ୍ଧୁ ସମ୍ପର୍କୀୟ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here