ପୂର୍ବତନ ସରପଞ୍ଚଙ୍କ ବିୟୋଗରେ ଶୋକ

0
374

ଜଗନ୍ନାଥ ପ୍ରସାଦ(ନିଲୁ ବିଶୋଇ)ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମ ପଂଚାୟତ ର ପୂର୍ବତନ ସରପଞ୍ଚ ବସନ୍ତ କୁମାର ବାରିକ ଙ୍କ ବିୟୋଗରେ ସାରା ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି। ସ୍ୱର୍ଗତ ବାରିକ ବରଗାଁ ରେ ଥିବା ଧରଣୀଧର ଉଚ୍ଚ ବିଦ୍ୟାଳୟ ର ପରିଚାଳନା କମିଟି ର ସଦସ୍ୟ ,ତଥା ବିଦ୍ୟାଳୟ ରେ ବିଧାୟକ ଙ୍କ ପ୍ରତିନିଧି, ବରଗାଁ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ଗଠନ ରେ ବଳିଷ୍ଠ ସହଯୋଗ, ଗୋପବନ୍ଧୁ ଯୁବ ସେବା ସଂସଦ ର ସମ୍ପାଦକ, ନେହେରୁ ଯୁବ ସେବା ସଂସଦ ସହ ସଂଶ୍ଲିଷ୍ଟ ରହି ରକ୍ତ ଦାନ ଶିବିର କରିବା, ପରିବାର ନିୟୋଜନ ଶିବିର ର ଆୟୋଜନ କରିବା ସହ,ନାଟକ, ମୁଖ୍ୟଭୂମିକାରେ ଅଭିନୟ କରିଥିଲେ। ସେ ବହୁମୁଖୀ ପ୍ରତିଭା ର ଅଧିକାରୀ ଥିଲେ। ତାଙ୍କ ବିୟୋଗରେ ଧରଣୀ ଧର ଉଚ୍ଚ ବିଦ୍ୟାଳୟ ତରଫରୁ ପ୍ରଧାନ ଶିକ୍ଷକ କେଦାର ନାଥ ସାମଲ, ସହକାରୀ ଶିକ୍ଷକ ବିଶ୍ୱନାଥ ପାଢ଼ୀ, ଭଗବାନ ଗୌଡ଼,ଓ କିରାଣୀ ବିଦେଶୀ ସାହୁ,ପ୍ରମୁଖ ବିଦ୍ୟାଳୟ ରେ ଶୋକ କରି ଅମର ଆତ୍ମା ର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର କୁ ସମ ବେଦନା ଜଣେଇ ଥିଲେ।

LEAVE A REPLY

Please enter your comment!
Please enter your name here