ଜଗନ୍ନାଥପ୍ରସାଦ ଥାନା ଏସଆଇ ଭିଜିଲାନ୍ସ ଜାଲରେ

0
821

ଜଗନ୍ନାଥ ପ୍ରସାଦ(ନିଲୁ ବିଶୋଇ)ଲାଞ୍ଚ ନେଇ
ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ବାବୁ।
ଖାକି ନେଉଛି ଲାଞ୍ଚ।ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ରେ ।କାର୍ଯ୍ୟରତ ପ୍ରୋଭିଶନାଲ ଏସ ଆଇ ସିଦ୍ଧାର୍ଥ କୁମାର ଗୌଡ଼ ୩୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛି ।ଗଲା କିଛି ଦିନ ତଳେ ଜଗନ୍ନାଥ ପାଟଣା ଗାଁ ରେ ଘର ଭଡା କୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା।ଥାନା ରେ ଯାଇ ମାମଲା ପହଁଚିଲା।ଉକ୍ତ କେଶ କୁ ରଫା ଦଫା କରିବା ପାଇଁ ୩୦୦୦ ଟଙ୍କା ଲାଞ୍ଚ ମାଗିଥିଲେ ଏସଆଇ ଜଣକ। ପି ରାଜା ସେନାପତିଙ୍କ ଠାରୁ ୩୦୦୦ ଟଙ୍କା ଲାଞ୍ଚ ନେବାବେଳେ ଏସ ଆଇ ଙ୍କୁ ରେଡ଼ ହେଣ୍ଡ ଧରିଥିଲା ବ୍ରହ୍ମପୁର ଭିଜିଲାନ୍ସ ଟିମ।ଏସ ଆଇ ନାମରେ ମାମଲା ରୁଜୁ କରି ବ୍ରହ୍ମପୁର ଭିଜିଲାନ୍ସ ଅଫିସ କୁ ନିଆଯାଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here