ଖଲ୍ଲିକୋଟ ଏନ୍ ଏ ସି ରେ ବଡା ଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ।

0
312

ଖଲ୍ଲିକୋଟ (ପ୍ରଦୀପ୍ତ କୁମାର ସାହୁ ) ସହରରେ ପରିମଳ କାର୍ଯ୍ୟ ରେ ନିୟୋଜିତ ସଫେଇ କର୍ମଚାରୀ, ସ୍ୱଚ୍ଛ ସାଥି ଓ ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଖଲ୍ଲିକୋଟ ଏନଏସି ରେ ଶନିବାର ଦିନ ବଡାଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ସ୍ଥାନୀୟ ମର୍ଦ୍ଦରାଜ କଲ୍ୟାଣ ମଣ୍ଡପ ଠାରେ ଏନଏସି ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବଡାଖାନା କାର୍ଯ୍ୟକ୍ରମ ରେ ଖଲ୍ଲିକୋଟ ତହସିଲଦାର ରାଜକିଶୋର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଯୁବନେତା ଦୈତାରି ବେହେରା, ରତ୍ନାକର ସାହୁ, ଏନଏସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରସନ୍ନ କୁମାର ସାହୁ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ ।ଅତିଥି ମାନେ ନିଜ ନିଜର ବକ୍ତବ୍ୟ ମାଧ୍ୟମରେ ସହର ର ସ୍ୱଚ୍ଛତା ଦିଗରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀ ମାନେ ନିଶ୍ଚୟ ପ୍ରଶଂସା ଯୋଗ୍ୟ ବୋଲି କହିଥିଲେ ।ନିର୍ବାହୀ ଅଧିକାରୀ ଶ୍ରୀ ମିଶ୍ର ସହରରେ ପରିମଳ ଦିଗରେ ଏନଏସି ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ ।ବର୍ତ୍ତମାନ ଦୁଇଟି ଗାଡ଼ି ରେ ଅଳିଆ ଆବର୍ଜନା ଉଠାଯାଉଥିବା ବେଳେ ଆଗକୁ ଆଉ ତିନୋଟି ଗାଡି ଆସିବ ।ସେହି ତିନୋଟି ଗାଡି ରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା କିମ୍ବା କିନ୍ନର ମାନଙ୍କୁ ନିୟୋଜିତ କରାଯିବ ।ସେମାନେ ଗାଡ଼ି ଚଳାଇବା ସହ ଅଳିଆ ଆବର୍ଜନା ଉଠାଇବେ ବୋଲି କହିଥିଲେ ନିର୍ବାହୀ ଅଧିକାରୀ ।ଏହି ଅବସରରେ ଖଲ୍ଲିକୋଟ ଏନଏସି ର ୧୨ ଗୋଟି ୱାର୍ଡ ରୁ ୧୨ ଟି ସ୍ୱଚ୍ଛ ଗୃହ, ତିନି ଜଣ ସ୍ୱଚ୍ଛ ସାଥି ଏବଂ ଶବର କଲୋନୀ କୁ ସ୍ୱଚ୍ଛ ସାହି ଭାବେ ପୁରସ୍କୃତ କରାଯାଇଥିଲା ।ଶେଷରେ ନିର୍ବାହୀ ଅଧିକାରୀ ଙ୍କ ସମେତ ସମସ୍ତ ଅତିଥି ଉପସ୍ଥିତ ସଫେଇ କର୍ମଚାରୀ, ସ୍ୱଚ୍ଛ ସାଥି ଓ ଅନ୍ୟାନ୍ୟ ମାନଙ୍କୁ ଖାଦ୍ୟପେୟ ପରସି ଥିଲେ ।

LEAVE A REPLY

Please enter your comment!
Please enter your name here