ସାମାଜିକ ଦୂରତ୍ବକୁ ଗୁରୁତ୍ୱ ନଦେଇ ବ୍ୟାଙ୍କ ଆଗରେ ଗ୍ରାହକଙ୍କ ଲମ୍ୱା ଧାଡ଼ି

0
325

ଖଲ୍ଲିକୋଟ(ନ୍ୟୁଜଏକ୍ସଟ୍ରା/ପ୍ରଦୀପ୍ତ କୁମାର ସାହୁ) :ଲକଡାଉନ୍ ବେଳେ ସରକାରଙ୍କ ନିର୍ଦ୍ଦେଶକୁ କେତେକ ସ୍ଥାନରେ ଲୋକମାନେ ବେଖାତିରୀ କରୁଥିବା ଦେଖିବାକୁ ମିଳୁଛି । ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତ୍ବ ଓ ମାସ୍କ ପିନ୍ଧିବା ଉପରେ ସରକାର ଗୁରୁତ୍ବ ଦେଉଥିବା ବେଳେ ଲୋକମାନେ କେତେକ ସ୍ଥାନରେ ଗମ୍ଭୀରତାର ସହ ନେଉନାହାନ୍ତି । ଆଜି ଦେଖିବାକୁ ମିଳିଛି ଏମିତି କିଛି ଦୃଶ୍ୟ ଗଞ୍ଜାମ ଜିଲ୍ଲାର ଖଲିକୋଟ ଥାନା ଅନ୍ତର୍ଗତ ଲଙ୍ଗଳେଶ୍ବର ସ୍ଥିତ ଭାରତୀୟ ଷ୍ଟେଟବ୍ୟାଙ୍କ ଓ ଭେଜିପୁଟ ସ୍ଥିତ ଆଲହାବାଦ ବ୍ୟାଙ୍କ ପଥରା ଶାଖା ଆଗରେ । ବ୍ୟାଙ୍କକୁ ଆସୁଥିବା ଗ୍ରାହକ ମାନେ ସାମାଜିକ ଦୂରତ୍ବ ନରଖି ଦେହକୁ ଦେହ ଲଗାଇ ଓ ମୁହଁରେ ମାସ୍କ ନପିନ୍ଧି କିଛି ଲୋକ ଠିଆ ହୋଇଥିବାର ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ ଲୋକଙ୍କୁ ସଚେତନ କରିବା ସତ୍ବେ ତଥାପି ଲୋକମାନେ ଅମାନିଆ ହେଉଛନ୍ତି । ବ୍ୟାଙ୍କର ସୁରକ୍ଷା କର୍ମଚାରୀ ମାନଙ୍କ ଉପସ୍ଥିତରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ବ୍ୟାଙ୍କ ର ସୁରକ୍ଷା କର୍ମୀ ମାନେ କେତେ ସଚେତନ ତାହା ସାଧାରଣରେ ବଡ଼ପ୍ରଶ୍ନବାଚୀ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here