ଅଲାଡି ଗୋଷ୍ଟି ସଂଘର୍ଷ ଘଟଣାରେ ଚାରି ଗିରଫ

0
523

ଜଗନ୍ନାଥପ୍ରସାଦ(ନିଳୁ ବିଶୋଇ) ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଲାଡ଼ି ଗ୍ରାମ ପଞ୍ଚାୟତରେ ଘଟି ଥିବା ଗୋଷ୍ଟି ସଂଘର୍ଷରେ ପୋଲିସ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପ୍ରକାଶ ଥାଉକି ଗତ ଶୁକ୍ରବାର ଦିନ ଅଲାଡି ଗ୍ରାମର ପୂର୍ବତନ ସରପଞ୍ଚ ଦିଗାମ୍ବର ସାସମଲ( ପିଣ୍ଟୁ) ଓ ତାଙ୍କ ସହଯୋଗୀ ବସନ୍ତ ଗୌଡ଼ ବାଇକ ଯୋଗେ ଭୁବନେଶ୍ୱର ରୁ ନିଜ ଗ୍ରାମକୁ ଫେରୁଥିଲେ। ଫେରିବା ବାଟରେ କୁମୁଣ୍ଡା ଗ୍ରାମ ନିକଟରେ ଥିବା ଏକ କୁକୁଡ଼ା ଫାର୍ମ ଠାରେ ସୁଧୀର ପଳାଇ ଓ ଭଞ୍ଜ ଡାକୁଆ ଓ କିଛି ସହଯୋଗୀ ଉଭୟଙ୍କୁ ଅଟକାଇବା ସହ ମାରପିଟ କରିଥିଲେ। ଫଳରେ ପିଣ୍ଟୁ ଓ ବସନ୍ତଙ୍କୁ ପ୍ରଥମେ ଜଗନ୍ନାଥ ପ୍ରଶାଦ ମେଡିକାଲ ଓ ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ବସନ୍ତର ମୃତ୍ୟୁ ଘଟିଥିଲା। ଉକ୍ତ ଘଟଣାରେ ଜଗନ୍ନାଥପ୍ରଶାଦ ପୋଲିସ କେସ ନମ୍ବର ୧୧୪/୨୦ ରେ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଜାରି ରଖିଥିଲେ। କିନ୍ତୁ ଆଜି ଏ ନେଇ ପୋଲିସ ଏହି ମାମଲା ରେ ଜଡ଼ିତ ଥିବା ଭଞ୍ଜ ଡାକୁଆ,ସୁଧୀର ପଳାଇ , ବସନ୍ତ ବିଶ୍ୱାଳ,ନାରାୟଣ ସାହୁଙ୍କୁ ୩୦୨/୩୪ ଆଇପିସି ଧାରାରେ ଗିରଫ କରାଯିବା ସହ ୨ଟି ବାଇକ ଓ ମାରଣାସ୍ତ୍ର ଜବତ କରାଯାଇଥିବା ଥାନା ଅଧିକାରୀ ଯୁବରାଜ ସ୍ୱାଇଁ ସୂଚନା ଦେଇଛନ୍ତି

LEAVE A REPLY

Please enter your comment!
Please enter your name here