ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ୯୨ତମ ଶ୍ରାଦ୍ଧ ଦିବସ ପାଳିତ

0
364

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ୯୨ତମ ଶ୍ରାଦ୍ଧ ଦିବସ ଶନିବାର ପାଳିତ ହୋଇ ଯାଇଛି । ସକାଳ ୭.୩୦ ସମୟରେ ରାମହରି ନଗର ଶିଶୁମନ୍ଦିର ନିକଟସ୍ଥ ପୁଷ୍କରିଣୀ ଠାରେ ତିଳତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହା ପରେ ଗିରି ରୋଡ଼ ସ୍ଥିତ ସମାଜ କାର୍ଯ୍ୟାଳୟ ନିକଟସ୍ଥ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା । ଲୋକସେବକ ମଣ୍ଡଳ ଆଜୀବନ କର୍ମୀ ରାଜେନ୍ଦ୍ର କୁମାର ଜେନା, ସମାଜ ବ୍ରହ୍ମପୁର ସଂସ୍କରଣ ଶାଖା ପରିଚାଳକ ଦଣ୍ଡପାଣି ପ୍ରଧାନ, ସମାଜସେବୀ ହରିକୃଷ୍ଣ କୋଠିଆ, ଡ଼ଃ ଶଙ୍କର ମାଝୀ, ପଲବ ଦାସ, ଡ଼ଃ ଶଙ୍କର ନାରାୟଣ ବେଜ, ଡ଼ଃ ରମେଶ ପ୍ରଧାନ, ଅଶୋକ ସାମନ୍ତ, ବରିଷ୍ଠ ସାମ୍ବାଦିକ ଶିଶିର ପାଣିଗ୍ରାହୀଙ୍କ ସମେତ ସମାଜ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here