କେନାଲରେ ପଡି ମହିଳାଙ୍କ ମୃତ୍ୟୁ

0
419

ଭଞ୍ଜନଗର(ନିଲୁ ବିଶୋଇ) ଭଞ୍ଜନଗର ବାଘଦେବୀ ରୋଡରେ ରହୁଥିବା ଜଣେ ଅସହାୟ ଓ ମାନସିକ ବିକୃତ ମହିଳା ଅନିତା ସ୍ୱାଇଁ(୩୮)ଙ୍କ କେନାଲରେ ପଡି ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ ଅନିତା ନିକଟସ୍ଥ ବାରଙ୍ଗ କେନାଲ କୁ ଗାଧେଇ ବାକୁ ଯାଇଥିବା ବେଳେ ସେଠାରେ କୌଣସି କାରଣରୁ ଘଟଣା ସ୍ଥଳରେ ଟଳି ପଡିଥିଲେ। । ଆଜି ସକାଳେ ସ୍ଥାନୀୟ ଲୋକମାନେ ଦେଖିବା ପରେ ପୋଲିସ କୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ଭଞ୍ଜନଗର ଉପଖଣ୍ଡ ମେଡିକାଲକୁ ପଠାଇଛି ଓ ୩୭/୨୦ ରେ ଏକ ଅପମୃତ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି

LEAVE A REPLY

Please enter your comment!
Please enter your name here