ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଅଙ୍ଗନବାଡ଼ି କର୍ମୀ

0
290

ବ୍ରହ୍ମପୁର()ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମହାନଗର ନିଗମ ୱାର୍ଡ ନମ୍ବର-୯ର ଅଙ୍ଗନବାଡ଼ି କର୍ମୀ । ତାଙ୍କ ନାଁ ନମିତା ଦଳେଇ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ରେଡ୍‌ ଚାଲିଛି । ଆଜି ଭିଜିଲାନ୍ସ ଟିମ୍ ନମିତାଙ୍କ ଲକ୍ଷ୍ମୀନୃସିଂହ ନଗର ସ୍ଥିତ ବାସଭବନ, ଲକ୍ଷ୍ମୀନୃସିଂହ ନଗର ସ୍ଥିତ ଅନ୍ୟ ଏକ ଘର, ଗଣେଶ ନଗରରେ ଥିବା ଘର, ଭୁବନେଶ୍ୱର ସ୍ଥିତ ୨ ଟି ଫ୍ଲାଟ୍ ଓ ବ୍ରହ୍ମପୁରରେ ତାଙ୍କ ସମ୍ପର୍କୀୟଙ୍କ ଘରେ ରେଡ କରିଛି । ଯାଞ୍ଚ ବେଳେ ଅନେକ ଜରୁରୀ କାଗଜପତ୍ର ଓ ସୁନାଗହଣା ଭିଜିଲାନ୍ସର ହସ୍ତଗତ ହୋଇଥିବା ସୂଚନା ମିଳିଛି।  ତେବେ ବର୍ତ୍ତମାନ ସୁଦ୍ଧା ଯାଞ୍ଚ୍ ଜାରି ରହିଛି। ତାଙ୍କର ସ୍ଥାବର ଓ ଅସ୍ଥାବର୍ ସମ୍ପତ୍ତି କେତେ ରହିଛି ଆକଳନ ହୋଇପାରିନାହିଁ।

LEAVE A REPLY

Please enter your comment!
Please enter your name here