ବ୍ରହ୍ମପୁର ମହାନଗର ନିଗମର ୧୩ ଓ ୧୫ ନମ୍ବର ୱାର୍ଡରେ ବିଜେଡି ପକ୍ଷରୁ କୋଭିଡ଼ ସଚେତନତା

0
295

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଜୁ ଜନତା ଦଳ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡାଙ୍କ ନେତୃତ୍ୱରେ ପୂର୍ବତନ କର୍ପୋରେଟର ଶ୍ରୀ ଦଣ୍ଡପାଣି ନାୟକଙ୍କ ସହଯୋଗରେ କୋଭିଡ୍ ଜନ ସଚେତନତା ଅଭିଯାନ ବ୍ରହ୍ମପୁର ମହାନଗର ନିଗମ ଓ୍ବାର୍ଡ ୧୩ ଓ ୧୫ ନଂବର ଓ୍ବାର୍ଡରେ ସଚେତନତା କରାଯାଇଥିଲା ପ୍ରଥମେ ଉତ୍କଳ ସେନିମା ହଲ୍ ଠାରୁ ବାହାରି ମେଦ୍ରି ସାହି, ନୃସିଂହ ମନ୍ଦିର ସାହି ରଙ୍ଗୁନି ବନ୍ଧ ସାହି,ଜମାଦେଇ ପେଣ୍ଠ ଦେଇ ବଡ଼ ଠାକୁରାଣୀ ମନ୍ଦିର ଅଞ୍ଚଳ ବୁଲି ବିଜେଡି ପକ୍ଷରୁ ଲୋକଙ୍କୁ ସଚେତନ କରିବା ସହିତ ମାସ୍କ୍ ବଣ୍ଟନ କରାଯାଇଥିଲା ଓ କୋଭିଡ ନିୟମ ବୁଝାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା, ସଂଜିତ ପାଣିଗ୍ରାହୀ, ରାଜ୍ୟ ସମ୍ପାଦକ ଶ୍ରୀ ସୁବାଷ ଚନ୍ଦ୍ର ମହାରଣା, ବିଜୟ ଚନ୍ଦ୍ର ସାମଲ, ସୁଶାନ୍ତ କୁମାର ନାୟକ, ଜ୍ବତୀରଞ୍ଜନ ସାହୁ, ଅଜିତ ପଣ୍ଡା, ସରିତା ପଣ୍ଡା,ଟି ଗୋପି, ମୁକୁନ୍ଦ ଗୌଡ଼, ପ୍ରଦୀପ ବେହେରା, ଉଜଳ ପାଢ଼ୀ, ମଦନ ଦଳେଇ, ଆର୍ ମୁରଲୀ ମୋହନ, ଚନ୍ଦ୍ର ମହୋନ ସାହୁ,ଭିଷ୍ମାଚାର୍ଯ୍ୟ ଚୌଧୁରୀ, ଫାୟାଜ୍ ଖାନ୍, ସଂଜୟ ଜେନା, ସୁରେଶ ତ୍ରିପାଠୀ,ସିମାଞ୍ଚଳ ସାହୁ, କୈଳାସ ବିଶୋଇ, ଗୌରାଙ୍ଗ ସାହୁ,ସୋଭାନ୍ ନାୟକ,ଟି କିଶୋର,ଏଙ୍କାଟି ରେଡି, ସୁନିଲ ନାୟକ, କୃଷ୍ଣ ଗୌଡ଼, ମିଟୁ ନାୟକ, କୃଷ୍ଣ ଚୌଧୁରୀ ମଧୁ ଆଚାରି,ସୁର ବେହେରାଙ୍କ ସମେତ ବିଜେଡି ଯୁବ, ଛାତ୍ର, ମହିଳା ଓ ଅଞ୍ଚଳ ବାସୀ ଯୋଗ ଦେଇଥିଲେ

LEAVE A REPLY

Please enter your comment!
Please enter your name here