ଭିଡ଼ିଓ କନଫେରସିଂ ଦ୍ୱାରା କରୋନା ମୁକାବିଲାର ସମୀକ୍ଷା କଲେ ଜିଲ୍ଲାପାଳ

0
350

ଛତ୍ରପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ପୋଲସରା ବ୍ଲକ୍ ରେ ଉପସ୍ଥିତ ରହି ଜିଲ୍ଲା ସ୍ତରୀୟ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ଉପଜିଲ୍ଲାପାଳ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟନିର୍ବାହୀ ଅଧିକାରୀ, ଚିକିତ୍ସା ଅଧିକାରୀ ମାନଙ୍କ ସହ କୋଭିଡ୍ ପରିଚାଳନାଗତ କୋଭିଡ୍ କେୟାର ହୋମ୍, ସ୍କିଲ୍ ମ୍ୟାପିଂ, ଆମ ସ୍ବାସ୍ଥ୍ୟ ଆମ ଦାୟିତ୍ବ, କ୍ଲଷ୍ଟର ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର, କୋଭିଡ୍ କେୟାର୍ସ ହୋମ୍ ଇତ୍ୟାଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ଗୁଡିକରେ କୋଭିଡ୍ ପରିଚାଳନା ନେଇ ଜିଲ୍ଲାପାଳ ଗୁରୁତ୍ବ ଆରୋପ କରିଥିଲେ । ମାସ୍କ ପିନ୍ଧିବା, ହାତ ଧୋଇବା, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ସାମାଜିକ ଦୂରତ୍ବ ବଜାୟ ରଖିବା, କାର୍ଯ୍ୟଳୟ ପରିବେଶକୁ ସ୍ବଚ୍ଛ ରଖିବା ଆଦି କାର୍ଯ୍ୟ ଗୁଡିକ ଯେପରି ସୁପରିଚାଳନା ହେବ ସେଥି ପ୍ରତି ସଂପୃକ୍ତ କାର‌୍ୟ୍ୟାଳୟର ମୁଖ୍ୟ ଓ କର୍ମଚାରୀ ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ।
ଏଥି ପୂର୍ବରୁ ଚାଲୁରହିଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକ ବନ୍ଦ କରାଯାଇ ନୂତନ କ୍ସଷ୍ଟର ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଆଡମିଶନ୍ କରାଯିବ । ଜିଲ୍ଲାକୁ ଆସୁଥିବା ପ୍ରବାସୀ ମାନଙ୍କର ରେକର୍ଡ ଠିକ୍ ରୂପେ ରଖିବା ଏବଂ କ୍ଲଷ୍ଟର ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ ତଥ୍ୟ ରେକର୍ଡ ଭୁକ୍ତ କରାଯିବା ଉପରେ ଗୁରୁତ୍ବ ଦିଆଯାଇଛି । ଯେଉଁ ମାନଙ୍କ ଠାରେ କୋଭିଡ୍ ଲକ୍ଷଣ ଦେଖାଯାଉଛି ସେମାନଙ୍କୁ ତୁରନ୍ତ କୋଭିଡ୍ କେୟାର ସେଣ୍ଟରରେ ଆଡମିଶନ୍ କରି ଚିକିତ୍ସା କରାଯାଉ । ଯେଉଁମାନଙ୍କର ଜ୍ବର,କାଶ ଇତ୍ୟାଦି ଲକ୍ଷଣମାନ ଦେଖାଗଲେ ତୁରନ୍ତ ଗ୍ରାମାଞ୍ଚଳରେ ରହିଥିବା କୋଭିଡ୍ କେୟାର ସେଣ୍ଟର କୁ ଯାଇ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସିତ ହେବା ଜରୁରୀ । କୋଭିଡ୍ କେୟାର ସେଣ୍ଟରରେ ସମସ୍ତ ସୁବିଧା କରିବା ସହିତ ସେହିଠାରେ ଅଯଥା ଭିଡକୁ ରୋକିବା ସକାଶେ ୧୪୪ ଧାରା ଜାରି କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।
ସ୍ବାବ୍ ପରୀକ୍ଷା ନିମନ୍ତେ ଦେଇଥିବା ବ୍ୟକ୍ତି ଏଣେତେଣେ ଯିବା ଆସିବା କରିବା କଥା ନୁହେଁ । ଯେପର୍ଯ୍ୟନ୍ତ ସେମାନଙ୍କର ଟେଷ୍ଟ ରିପୋର୍ଟ ଆସିନାହିଁ ସେପର୍ଯ୍ୟନ୍ତ ନିହାତି ଭାବରେ ତିନିଦିନ ହୋମ୍ କ୍ବାରେଣ୍ଟାଇନ୍ ରେ ଏକାନ୍ତ ରହିବା ଜରୁରୀ । ହୋମ୍ କ୍ବାରେଣ୍ଟାଇନ୍ ରେ ରହିବାପାଇଁ କୁହାଯାଇଥିବା ବ୍ୟକ୍ତି ଯଦି ଅମାନ୍ୟ କରନ୍ତି ତେବେ ସେମାନଙ୍କୁ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରମାନଙ୍କରେ ୧୪ ଦିନ ରଖାଯିବ । ସମ୍ପ୍ରତି କୌଣସି ବାହାଘର ଏବଂ ଅନ୍ୟାନ୍ୟ ଉତ୍ସବ ପାଳନ କରିବାକୁ ବାରଣ କରାଯାଇଛି । ଯଦି କେହି ଏହି ନିୟମର ଉଲଂଘନ କରନ୍ତି ସେମାନଙ୍କ ବିରୁଦ୍ଧରେ ଆଇନଗତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସାମାଜିକ ଦୂରତ୍ବ ବଜାୟ ରଖିବା ଉପରେ ଗୁରୁତ୍ବ ଦିଆଯାଇଥିଲା । ଏହା ପାଳନ ଦିଗରେ ଉଲଘଂନକାରୀଙ୍କ ପ୍ରତି କଡାକଡି ନଜର ରଖିବାପାଇଁ ତହସିଲଦାର ମାନଙ୍କୁ ପରାମର୍ଶ ଦେଇଥିଲେ । ଛକସ୍ଥାନ ଓ ଦୋକାନ ସମ୍ମୁଖରେ ଅଯଥାରେ ବିନା କାରଣରେ ଗହଳି କରୁଥିବା ବ୍ୟକ୍ତି ବିଶେଷଙ୍କୁ ଆଇନ ଅନୁଯାୟୀ କ୍ବାରେଣ୍ଟାଇନ୍ ରେ ୧୪ ଦିନ ରହିବାକୁ ପଡିବ ଏଥିପ୍ରତି ସାବଧାନ ରହିବାକୁ ଜନସାଧାରଣଙ୍କୁ ଜିଲ୍ଲାପାଳ ଅନୁରୋଧ କରିଥିଲେ । କଣ୍ଟେନମେଣ୍ଟ ଘୋଷଣା କରାଯାଇଥିବା ଅଞ୍ଚଳରେ ବସବାସ କରୁଥିବା ପରିବାରଙ୍କ ନିକଟରେ ଯେପରି ତେଜରାତି ସାମଗ୍ରୀ ଓ ପନିପରିବା ଉପଲବ୍ଧ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବାପାଇଁ ଅଧିକାରୀ ମାନଙ୍କୁ ଜଣାଇଥିଲେ । ଯେଉଁ ବ୍ୟକ୍ତିଙ୍କର କରୋନା ରହିଥିବା ଜଣାପଡେ ତେବେ ତାଙ୍କ ଘର ସାମନାରେ ପୋଷ୍ଟର ଲଗାଇବା କାର‌୍ୟ୍ୟ କୁ ତ୍ବରାନ୍ବୀତ କରିବାକୁ କହିଥିଲେ । ନିଜର ପ୍ରଚାର ଓ ପ୍ରସାର ନିମନ୍ତେ ଯଦି କୌଣସି ସ୍ବେଚ୍ଛାସେବୀ ଅନୁଷ୍ଠାନ ବିନା କାରଣ ରେ କାର‌୍ୟ୍ୟକ୍ରମ କରି ଜନସମାଗମ କରନ୍ତି ତେବେ କୋଭିଡ୍-୧୯ ନିୟମ ପ୍ରକାରେ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।ଭିଡିଓ କନଫରେନ୍ସିଂ ରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଅମୀୟ କୁମାର ସାହୁ , ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ସ୍ବାସ୍ଥ୍ୟ ବିଭାଗର ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here