ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା

0
597

ମୁମ୍ବାଇ:ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।ମୁମ୍ବାଇର ବାନ୍ଦ୍ରା ସ୍ଥିତ ବାସଭବନରୁ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ରସି ଲଗାଇ ୩୪ ବର୍ଷୀୟ ସୁଶାନ୍ତ ଆତ୍ମହତ୍ୟା କରିଥିବା ସୂଚନା ମିଳଛି। ସୁଶାନ୍ତଙ୍କ ଘରେ କାମ କରୁଥିବା ସହାୟକ ଫୋନ କରି ପୋଲିସକୁ ସୂଚନା ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ବାନ୍ଦ୍ରା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ୩୪ ବର୍ଷୀୟ ଏହି ୟଙ୍ଗ ଷ୍ଟାର ଜଣକ ଟେଲିଭିଜନ ଦୁନିଆରୁ ନିଜ କ୍ୟାରିଅର ଆରମ୍ଭ କରି ରୋମାଣ୍ଟିକ ଫିଲ୍ମ ‘ଶୁଦ୍ଧ୍ ଦେଶୀ ରୋମାନ୍ସ’ ଫିଲ୍ମ ଜରିଆରେ ବଡ ପରଦାକୁ ଆସିଥିଲେ । ଫିଲ୍ମ ‘ପିକେ’ ରେ ସେ ସପୋର୍ଟିଂ ରୋଲ୍ ରେ ନଜର ଆସିଥିଲେ । ୨୦୧୬ରେ ମୁକ୍ତିଲାଭ କରିଥିବା ‘ଏମଏସ ଧୋନୀ ଦ ଅନଟୋଲ୍ଡ ଷ୍ଟୋରୀ’ ରେ ଦମଦାର କ୍ୟାରେକ୍ଟରରେ ନଜର ଆସିଥିଲେ । ଏହାପରେ ୨୦୧୮ରେ ଫିଲ୍ମ ‘କେଦାରନାଥ’ ଏବଂ ୨୦୧୯ରେ ‘ଛିଛୋରେ’ ଭଳି ଫିଲ୍ମ ତାଙ୍କ ଫ୍ୟାନମାନଙ୍କୁ ଭେଟି ଦେଇଥିଲେ

LEAVE A REPLY

Please enter your comment!
Please enter your name here