ଚିଙ୍ଗୁଡି ପୋଡା

0
768

(ନ୍ୟୁଜ୍ ଏକ୍ସଟ୍ର। ବ୍ୟୁରୋ) ପ୍ରସ୍ତୁତି ସାମଗ୍ରୀ- ଚିଙ୍ଗୁଡି-୨୫୦ଗ୍ରାମ୍, ବଡ ରସୁଣ-୮ରୁ୧୦ କୋଲା, ଶୋରିଷ-୫୦ଗ୍ରାମ୍, ଶୋରିଷ ତେଲ-୧୦୦ଗ୍ରାମ୍,ଶୁଖିଲା ଲଙ୍କା-୫ଟି, କଟା କଦଳୀ ପତ୍ର, ସ୍ୱାଦ ଅନୁସାରେ ଲୁଣ ।

ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଚିଙ୍ଗୁଡିକୁ ଭଲଭାବେ ଧୋଇ ଗୋଟିଏ ପାତ୍ରରେ ରଖନ୍ତୁ । ଶୋରିଷ, ଶୁଖିଲା ଲଙ୍କା, ରସୁଣ ମିଶାଇ ଏକ ବଟା ମସଲା ତିଆରି କରନ୍ତୁ । ଚିଙ୍ଗୁଡିରେ ଏହି ବଟା ମସଲାକୁ କିଛି ଲୁଣ ଓ ସାମାନ୍ୟ ତେଲ ଦେଇ ଭଲଭାବେ ଗୋଳାନ୍ତୁ । ଏହାପରେ କଦଳୀ ପତ୍ରକୁ ସମାନ ଭାବରେ କାଟି ପତ୍ରରେ ତେଲ ଲଗାଇ ସେଥିରେ ମସଲାରେ ଗୋଳା ହୋଇଥିବା ଚିଙ୍ଗୁଡିକୁ ଦେଇ ପତ୍ରକୁ ଭଲଭାବେ ସୂତା ଦ୍ୱାରା ବାନ୍ଧିବେ ଯେମିତି ଭିତରେ ଥିବା ଚିଙ୍ଗୁଡି ବାହାରକୁ ନବାହାରେ । ଏମିତି ଚିଙ୍ଗୁଡି ସବୁ ପତ୍ରରେ ବାନ୍ଧିବାପରେ ତାକୁ ଚୂଲି ଆଂଚ ଭିତରେ କିଛି ସମୟ ପାଇଁ ରଖିବେ, ୩୦ମିନିଟ ପରେ ଲୁହ। ଛଡ ସାହାଯ୍ୟରେ ପତ୍ର ଗୁଡିକୁ ନିଆଁରୁ କାଢିନିଅନ୍ତୁ । ଏବେ ଏହକୁ ଖ।ଅନ୍ତୁ ।

LEAVE A REPLY

Please enter your comment!
Please enter your name here