ଏସଡିପିଓ ଓ ଆଇଆଇସିଙ୍କୁ କରୋନା

0
637

ଗଞ୍ଜାମ(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) ରାଜ୍ୟରେ ଆଜି ସର୍ବାଧିକ ୨୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୨୦ ଜଣ ରହିଛନ୍ତି ।ଗଞ୍ଜାମ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୨୦ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ଦୁଇ ପୋଲିସ ଆକ୍ରାନ୍ତ ହୋଇଛନ୍ତି।
ଛତ୍ରପୁର ଏସଡିପିଓ ଏବଂ ଛତ୍ରପୁର ଥାନା ଅଧିକାରୀ ଉଭୟ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି । ଏ ନେଇ ଟ୍ବିଟ୍ ଯୋଗେ ଗଞ୍ଜାମ ଏସପି ବ୍ରିଜେଶ୍ ରାଏ ସୂଚନା ପ୍ରଦାନ କରିଛନ୍ତି । ଆକ୍ରାନ୍ତ ଅଧିକାରୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ଏସପି ।

LEAVE A REPLY

Please enter your comment!
Please enter your name here