ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟଠାରେ ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

0
336

ଡାବୁଗାଁ( ନ୍ୟୁଜ୍ ଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ଠାରେ ଥିବା ବେସିନ ମେନେଜର ତଥା ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର କରାନଯାଇ ଇନ୍ଦ୍ରାବତୀ ଠାରେ ହି ରହୁ ଏବଂ ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିବା ଜଳସେଚନ ପ୍ରକଳ୍ପ ଅତିଶୀଘ୍ର ଆରମ୍ଭ କରି ତାର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଉ ।ବୁଡି ଅଞ୍ଚଳର ବିସ୍ଥାପିତଙ୍କ ସମସ୍ୟା କେବଳ ଫାଇଲରେ ସୀମିତ ରହିଅଛି ତେଣୁ ବିସ୍ଥାପିତ ଙ୍କ ସମସ୍ୟା ବୁଝି ଅତିଶୀଘ୍ର ସେମାନଙ୍କ ସମସ୍ୟା ର ସମାଧାନ କରାଯାଉ । ପାରିପାଶ୍ୱିର୍କ ବିକାଶ ଏବଂ କର୍ପସ ଫଣ୍ଡ ର ବିନିଯୋଗ କରି ନବରଙ୍ଗପୁର ଜିଲ୍ଲା ବାସୀଙ୍କୁ ୟୁନିଟ ପିଛା ଏକ ଟଙ୍କାରେ ବିଦ୍ୟୁତ ପ୍ରଦାନ କରାଯାଉ ।ଏହି ସବୁ ସମସ୍ୟାର ସମାଧାନ ନ କରି ଯଦି ଇନ୍ଦ୍ରାବତୀଠାରୁ ବେସିନ ମେନେଜର ତଥା ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର କରାଯାଏ ତା ହେଲେ ନବରଙ୍ଗପୁର ଜିଲ୍ଲା ବିଜେପି ପକ୍ଷରୁ ଖାତିଗୁଡା ଇନ୍ଦ୍ରାବତୀ ଠାରୁ ଭୁବନେଶ୍ୱର ନବୀନ ନିବାସ ପର୍ଯ୍ୟନ୍ତ ପଦଯାତ୍ରା ରେ ଯାଇ ନବୀନ ନିବାସ ସମ୍ମୁଖରେ ଧାରଣାରେ ବସିବ ବୋଲି ନବରଙ୍ଗପୁର ଜିଲ୍ଲା ବିଜେପି ସଭାପତି ଜଗଦୀଶ ଚନ୍ଦ୍ର ବିଶୋଇ ଗୁରୁବାର ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଆଜିର ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ , ପୂର୍ବତନ ଜିଲ୍ଲା ବିଜେପି ସଭାପତି ଗୋବିନ୍ଦ ଜୈନ , ଯୁବ ମୋର୍ଚ୍ଚା ପ୍ରଭାରୀ କାହ୍ନୁ ଦାସ , ନଗର ବିଜେପି ସଭାପତି ପିଣ୍ଟୁ ମିଶ୍ର , ଅରୁଣ ପୂଜାରୀ , ଦୈତାରି ମାଝୀ ଏବଂ ସୁଭମ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here