ଝିଅର ଜନ୍ମ ଦିନରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ ହଜାର ଟଙ୍କା ପ୍ରଦାନ

0
384

ବ୍ରହ୍ମପୁର(ପ୍ରଣୟ ପଣ୍ଡା) ନିଜର ଏକମାତ୍ର ଝିଅର ଜନ୍ମ ଦିନକୁ ନିରାଡ଼ମ୍ବର ସହ ପାଳନ କରି ସେହି ଟଙ୍କାକୁ ଝିଅର ଜନ୍ମଦିନ ଉପଲକ୍ଷେ ବାପା ଓ ମାଆ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଥିବା ଜଣାପଡିଛି। ପରୀକ୍ଷିତ ଦାଶ (DWO) ଓ ତାଙ୍କ ପତ୍ନୀ ସୁମନା ପଣ୍ଡା ତାଙ୍କର ଏକମାତ୍ର ଝିଅର ଜନ୍ମ ଦିନ ନିରାଡ଼ମ୍ବର ସହ ପାଳନ କରି, ଏକ ମହତ କାର୍ଯ୍ୟ କୋଭିଡ-୧୯ ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶିଭାବେ ୧୦ ହଜାର ଟଙ୍କାର ଏକ ଡ୍ରାଫ୍ଟ ବ୍ରହ୍ମପୁର ସବକଲେକ୍ଟରଙ୍କୁ ପ୍ରଦାନ କରିଛନ୍ତି। ଦେଶ ତଥା ରାଜ୍ୟରେ ଲକ ଡାଉନ ଯୋଗୁଁ ଆର୍ଥିକ ସ୍ଥିତି ଦୋହଲି ଯାଇଥିବା ବେଳେ ଶ୍ରୀ ଦାଶ ଓ ଶ୍ରୀମତୀ ପଣ୍ଡା ନିଜ ଝିଅର ଜନ୍ମଦିନ ନିରାଡ଼ମ୍ବରରେ ପାଳନ କରି ସେହି ଅର୍ଥକୁ ରାଜ୍ୟର ଆର୍ଥିକ ଉନ୍ନତି ପାଇଁ ପ୍ରଦାନ କରିଥିବା ଯୋଗୁଁ ବୁଦ୍ଧିଜୀବୀ ମହଲରେ ପ୍ରଶଂସନୀୟ ହୋଇପାରିଛନ୍ତି।

LEAVE A REPLY

Please enter your comment!
Please enter your name here