ଗଞ୍ଜାମ ଜିମ ମାଲିକ ସଙ୍ଘ ଜିମ ଖୋଲିବା ନେଇ ସରକାରଙ୍କୁ କଲା ଅନୁରୋଧ ନେଇ

0
315

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ)କରୋନା ମହାମାରୀକୁ ନେଇ ସରକାର ତାଲାବନ୍ଦ ଘୋଷଣା କରିଥିଲେ l ଏହି ନିୟମକୁ ସମସ୍ତେ ମାନିବାକୁ ବାଧ୍ୟ୍ୟ ହୋଇଥିଲେ l ଏହି ତାଲାବନ୍ଦ ଦ୍ୱାରା ସବୁ ବ୍ୟବସାୟ ଯେପରି ଠପ ହୋଇଯାଇଥିଲା l ଏହି ନିୟମକୁ ମାନି ଜିମ ଗୁଡିକ ମଧ୍ୟ୍ୟ ପାଖାପାଖି ୩ ମାସ କାଳ ବନ୍ଦ ରଖିଥିଲେ l ହେଲେ ଏବେ ଦେଖିବା କଥା ରାଜ୍ୟ ସରକାର ଜୁନ ୩0 ତାରିଖ ପଯ୍ୟନ୍ତ ଜିମ କୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି କିନ୍ତୁ ହୋଟେଲ, ମଲ କୁ ଅନୁମତି ଦିଆଯାଇଛି l କିନ୍ତୁ ଜିମକୁ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି ଏହି ପାତ୍ର ଅନ୍ତର ନିତି ଯୋଗୁଁ ଜିମ କେନ୍ଦ୍ରର ମାଲିକ ମାନେ ଘୋର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥୁବା ଯୋଗୁଁ ଗଞ୍ଜମ ଜ଼ିଲ୍ଲା ଜ଼ିମ ଓନରସ ଏସୋସିଏସନ (ଗଞ୍ଜାମ ଜ଼ିଲ୍ଲା ଜିମ ମାଲିକ ସଂଘ ) ତରଫରୁ ଶୁକ୍ରବାର ପୂର୍ବାହ୍ନ ସମୟରେ ଗାନ୍ଧିନଗର ଛକ ଠାରେ ଶାନ୍ତି ପୂର୍ବକ ଆନ୍ଦୋଳନ କରାଯିବl ସହ ସରକାରଙ୍କ ପାଖରେ ଜିମ ମାଲିକ ମାନେ ଆମକୁ ଅନୁକମ୍ପା ମୂଳକ ସହାୟତା କରିବାପାଇଁ ନିବେଦନ କରିଥିଲେ l ଅନ୍ୟ ସଂସ୍ଥାକୁ ଯଦି ସରକାର ସହାୟତା ଦେଉଛନ୍ତି ଆମକୁ କାହିଁକି ଦେବେ ନାହିଁ ବୋଲି କହିଥିଲେ l ଆମେ ଛୋଟ ଛୋଟ ସଂସ୍ଥା କରିଛୁ ଏଥିରୁ ଆମେ ନିଜେ ଚଳିବା ସହ କିଛି କର୍ମଚାରୀଙ୍କୁ ରୋଜଗାର ମଧ୍ୟ୍ୟ ଦେଉଛୁ l ଏବେ ସମସ୍ତ ଜୀବନ ଜୀବିକା ସଂକଟରେ ତାଙ୍କ ପାଇଁ ସରକାର କଣ ସୁବିଧା କରିଛନ୍ତି? ଆମେ ତାଲା ବନ୍ଦ ନିୟମକୁ ବିରୋଧ କରୁନାହୁଁ l କିନ୍ତୁ ଆମକୁ କ୍ଷତି ପୂରଣର ବାଟ ଦିଅନ୍ତୁ l ଯଦି ଦୀର୍ଘ ସମୟ ଧରି ଆମେ ଜିମ ନଖୋଲୁ ଲୋକଙ୍କ ଭିତରେ ଶାରୀରିକ ଦକ୍ଷତା ଏବଂ ନୂତନ କ୍ରୀଡାବିତ ମାନଙ୍କ ପାଇଁ ଶାରୀରିକ ଦକ୍ଷତା ଗଠନରେ କୁପ୍ରଭlବ ପଡିବ l ଗଞ୍ଜାମ ଜ଼ିଲ୍ଲା ଜିମ ମାଲିକ ସଂଘ ତରଫରୁ ସରକାରଙ୍କୁ ଗଣମାଧ୍ୟମ ଦ୍ୱାରା ଅବଗତ କରାଇବା ସହ ସରକାର ଏ ଦିଗରେ ବିଚାର କରି ଆମର ଏହି ଅନୁରୋଧ ରକ୍ଷା କରିବେ l ଏଥିରେ ମନୋଜ କୁମାର ମହାନ୍ତି, ସୁଶାନ୍ତ କୁମାର ମାଦଳା, ରାହୁଲ ସାହୁ, ଅଜିତ ପାତ୍ର, ସନ୍ତୋଷ ମଣ୍ଡଳ, ଶେଖ ଅନୱର, ସୁକାନ୍ତ କୁମାର ପଟ୍ଟନାୟକ ସମେତ ବହୁ ଜିମ ମାଲିକ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here