ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ ; ୮ଜଣ ଗିରଫ

0
991

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା/ନିଳୁ ବିଶୋଇ)ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଭେଜିପୁଟ ଗ୍ରାମରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଗତକାଲି ମଧ୍ୟରାତ୍ରି ପ୍ରାୟ ୧ଘଣ୍ଟ ସମୟରେ ପୋଲିସ ଚଢ଼ାଉ କରି ୮ ଜଣ ଜୁଆଡି ଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ ଏକ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଭେଜିପୁଟ ରେ ଚାଲିଥିବା ଏକ ଜୁଆ ଆଡା ଉପରେ ଅତର୍କିତ ଭାବେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ପୋଲିସ ସେମାନଙ୍କ ଠାରୁ ନଗଦ ୧୮୯୪୦ ଟଙ୍କା ଜବତ କରିବା ସହ କେସ ନମ୍ବର ୩୧୪/୨୦ ରେ ସମସ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିବା ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here