ବୁଗୁଡାରେ ଜୁନ ୬ କିଷାନ ଶହୀଦ ଦିବସ ପାଳନ

0
327

ବୁଗୁଡା(ନ୍ୟୁଜଏକ୍ସଟ୍ରା/ଅନିଲ କୁମାର ମହାରଣା)” କୃଷକ ତୁ ରୋକିଛୁ କ୍ଷୁଧାର ନିଆଁ, ଶ୍ରମିକ ତୁ ଗଢିଛୁ ନୂଆଁ ଦୁନିଆ – ଏହିକାମ କରି ଶହୀଦ ହେଉଛୁ,ଦେଖୁଛି ଏହା ସାରା ଦୁନିଆ। ” ଜୁନ ୬ ତାରିଖ,ଅହିଂସା ଆନ୍ଦୋଳନ କରୁଥିବା କୃଷକ ମାନଙ୍କ ଉପରେ ମଧ୍ୟପ୍ରଦେଶର ମଞ୍ଜୁସ ଠାରେ ଗୁଳି ଚାଳନା ଯୋଗୁଁ ଶହୀଦ ହୋଇଥିଲେ ୬ ଜଣ ନିରୀହ କୃଷକ। ରାଷ୍ଟ୍ରୀୟ କିଷାନ ମଜଦୂର ସଙ୍ଘ ଓ ଅନ୍ୟାନ୍ୟ ୧୮୦ ଟି କୃଷକ ସଙ୍ଗଠନ ମିଳିତ ହୋଇ ଗୁଳିବଦ୍ଧ ହୋଇ ଶହୀଦ ହୋଇଥିବା ୬ ଜଣଙ୍କ ସମେତ, ବିଭିନ୍ନ ସ୍ଥାନରେ ଗୁଳିମାଡ଼ ଓ କୃଷକ ଆତ୍ମହତ୍ୟା ରେ ମୃତ୍ୟୁ ବରଣ କରିଥିବା କୃଷକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ ପାଇଁ ଜୁନ ୬ ତାରିଖରେ ରାଷ୍ଟ୍ରୀୟ କୃଷକ ଶହୀଦ ଦିବସ ପାଳନ କରିବାକୁ ସ୍ଥିର ହୋଇଥିଲା। ବର୍ତ୍ତମାନ ସଟ୍ ଡାଉନ ପରିପ୍ରେକ୍ଷୀରେ ବୁଗୁଡା ଅଞ୍ଚଳର କୃଷକ ବୃନ୍ଦ ଜୁନ ୬ ତାରିଖ ସନ୍ଧ୍ୟାରେ ନିଜ ଘରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ନୀରବ ପ୍ରାର୍ଥନା କରି ଶହୀଦ କୃଷକମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here