ଗୋରୁ ବୋଝେଇ ଟ୍ରକ ସହ ସ୍କରପିଓ ଜବତ, ୯ଜଣ ଅଟକ ଏବଂ ୧୭ଗୋରୁ ଉଦ୍ଧାର । ଗୋରୁ ଚାଲାଣର କରିଡର ପାଲଟିଛି ଗଂଜାମ ରାଜପଥ।

0
670

ଖଲ୍ଲିକୋଟ,୨୭/୭(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): କିଛିଦିନର ବ୍ୟବଧାନରେ ପୁଣି ଗଞ୍ଜାମ ଜିଲ୍ଲା ଦେଇ ଗୋରୁ ଚାଲାଣ ବେଳେ ପୋଲିସ ଉଦ୍ଧାର କରିଛି ଗୋରୁଙ୍କୁ। ଟ୍ରକରେ ବୋଝେଇ କରି ଗୋରୁଙ୍କୁ ଅନ୍ଧ୍ରରୁ ପଶ୍ଚିମବଙ୍ଗ ନିଆଯାଉଥିବା ନେଇ ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଗତ ରାତିରେ ଖଲ୍ଲିକୋଟ ଥାନା ପୋଲିସ ଅତର୍କିତ ଯାଞ୍ଚ କରିଥିଲା। ପୋଲିସକୁ ଚକମା ଦେଇ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ମୋଟ ୯ଜଣଙ୍କୁ ଅଟକ ରଖିବାରେ ସକ୍ଷମ ହୋଇଛି। ଅଟକଙ୍କ ମଧ୍ୟରେ ୬ଜଣ ସାକ୍ଷୀଗୋପାଳ ଅଂଚଳର ହୋଇଥିବା ବେଳେ ଅବଶିଷ୍ଠ ୩ଜଣ ଉତ୍ତର ପ୍ରଦେଶର ବୋଲି ଜଣାପଡିଛି। ଗୋରୁ ବୋଝେଇ ଏକ ଟ୍ରକ ସହିତ ଟ୍ରକକୁ ସୁରକ୍ଷା ଦେଉଥିବା ଅନ୍ୟଏକ ସ୍କରପିଓକୁ ମଧ୍ୟ ପୋଲିସ ଜବତ କରିଛି। ଜବତ ଟ୍ରକରୁ ୧୫ଟି ଗାଈ ଓ ଦୁଇଟି ବଳଦ ସହିତ ମୋଟ ୧୭ଟି ଗୋରୁଙ୍କୁ ପୋଲିସ ଉଦ୍ଧାର କରିପାରିଛି। ଉଦ୍ଧାର ଗୋରୁଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଗୋଶାଳାକୁ ସ୍ଥାନାନ୍ତର କରାଯଇଛି।

LEAVE A REPLY

Please enter your comment!
Please enter your name here