ପାଳଙ୍ଗ ତଡକା

0
784

ପ୍ରସ୍ତୁତି ସାମଗ୍ରୀ :- ୧ ବିଡା ପାଳଙ୍ଗ , ୧୦୦ ଗ୍ରାମ ବିରି ଡାଲି , ୨ଟି ଆଳୁ ,୧ କଲା ରସୁଣ , ୪ଟି ଶୁଖିଲା ଲଙ୍କା , ୧ ଛୋଟ ଚାମଚ ଚାଟ ମସଲା , ରାନ୍ଧିବା ପାଇଁ ତେଲ , ସ୍ୱାଦ ଅନୁଯାଇ ଲୁଣ ଓ ହଳଦୀଗୁଣ୍ଡ।
ପ୍ରସ୍ତୁତ ପ୍ରଣାଳୀ : – ପାଳଙ୍ଗ ଶାଗକୁ ଧୋଇ ଛୋଟ ଛୋଟ କରି କାଟି ଦିଅନ୍ତୁ । ଆଳୁରୁ ଚୋପା ଛଡେଇ ଖଣ୍ଡ ଖଣ୍ଡ କରି କାଟି ଦିଅନ୍ତୁ । ରସୁଣ ଓ ଲଙ୍କା ଵାଟନ୍ତୁ । ବିରି ଡାଲି କୁ ଧୋଇ ଭାଜିକି ପ୍ରେସରକୁକରରେ ଲୁଣ ଓ ହଳଦୀଗୁଣ୍ଡ ପକାଇ ସିଝାଇ ଦିଅନ୍ତୁ । ସିଝିବାପରେ ଯେମିତି ଅଧିକ ପାଣି ନ ରହେ ସେଥିପ୍ରତି ଧ୍ୟାନ ଦିଅନ୍ତୁ । କଢ଼େଇରେ ୨ ବଡ ଚାମଚ ତେଲ ପକେଇ ଶାଗକୁ ପକାନ୍ତୁ । ସେଥିରେ ଆଳୁ ,ରସୁଣ ଓ ଲଙ୍କା ବଟଣ , ହଳଦୀଗୁଣ୍ଡ ପକାଇ ସନ୍ତୁଳନ୍ତୁ । ଶାଗ ମଉଳି ଆସିଲେ ଆଞ୍ଚ ଧିମା କରି ଡାଲି ଢ଼ାଳନ୍ତୁ ଏବଂ ଚାଟ ମସଲା ଛିଂଚି କିଛି ସମୟ ଫୁଟିବାକୁ ଦିଅନ୍ତୁ । ଏବେ ପ୍ରସ୍ତୁତ ହେଇଗଲା ପାଳଙ୍ଗ ତଡକା ।

LEAVE A REPLY

Please enter your comment!
Please enter your name here