ଛାତ୍ରୀନିବାସର ଛାତ ଭୁଶୁଡିବା ପରେ ଆତଙ୍କିତ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ମରାମତି ସହ ଘଟଣାର ତଦନ୍ତ ଦାବୀ କଲା ବିଜେଡି ଛାତ୍ର ସଂଗଠନ।

0
583

ବ୍ରହ୍ମପୁର,୨୭/୭(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରୀନିବାସ ସାବେରୀ ର ଛାତଭୁଶୁଡିବା ଘଟଣାକୁ ଇତି ମଧ୍ୟରେ ବିତି ଯାଇଛି ଦୀର୍ଘ 48ଘଣ୍ଟା । ହେଲେ ଏପର୍ଯ୍ୟନ୍ତ ଘଟଣାର ତଦନ୍ତ ଆରମ୍ଭ ହୋଇନଥିବା ବେଳେ ସାବେରୀ ଛାତ୍ରୀ ନିବାସରୁ ଚିଲିକା ଛାତ୍ରୀନିବାସକୁ ଅନ୍ତେବାସୀଙ୍କୁ ଯଦିଓ ସ୍ଥାନାନ୍ତର କରାଯାଇଛି ହେଲେ ସେମାନଙ୍କ ଦୁଃଖ ବଢିଯାଇଛି। ଖାଇବା ପାଇଁ ଦୂରକୁ ଯିବାକୁ ପଡୁଛି। ଅପରପକ୍ଷେ ପୂର୍ବରୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ କର୍ତ୍ତୃପକ୍ଷ ଗ୍ରହଣ କରିନଥିଲେ। ବର୍ତ୍ତମାନ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଥିବା ଅନ୍ୟ ଛାତ୍ରାବାସ ଓ ଛାତ୍ରୀନିବାସ ଗୁଡିକର ମଧ୍ୟ ଏକା ଅବସ୍ଥା ଥିବାରୁ ସେଗୁଡିକୁ ନେଇ ସମସ୍ତ ଅନ୍ତେବାସୀ ଭୟଭୀତ ଓ ଆତଙ୍କିତ। ତୁରନ୍ତ ସେଗୁଡିକର ମରାମତି ଦାବିକରି ଛାତ୍ରଛାତ୍ରୀଙ୍କୁ ନେଇ ବିଜୁ ଛାତ୍ର ଜନତା ଦଳ ନେତା ତଥା ପୂର୍ବତନ ଛାତ୍ର ସଂସଦ ସଭାପତି ଭାବନିକାନ୍ତ ସାହୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବିଶ୍ୱବିଦ୍ୟାଳୟ କୂଳସଚିବଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here