କୁକୁଡ଼ାଖଣ୍ଡି ବ୍ଲକର ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ସମୀକ୍ଷା ବୈଠକ

0
288

କୁକୁଡ଼ାଖଣ୍ଡି(ନ୍ୟୁଜଏକ୍ସଟ୍ରା) କୁକୁଡାଖଣ୍ଡି ବ୍ଲକର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଦାଇତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଗୋପବନ୍ଧୁ ଦାସ ରବିବାର ଅପରାହ୍ନରେ ଆସି ଲୋଚାପଡା ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଗୋପାଳପୁର ନିର୍ବାଚନ ମଣ୍ଡଳୀର ହୁଗୁଳାପଟ୍ଟା,ଗୁରୁଣ୍ଠି, ଲୋଚାପଡା,ନିମଖଣ୍ଡି ଓ ବୋରିଗାଁ ଆଦି ୫ଟି ପଞ୍ଚାୟତର ବିଭିନ୍ନ ସମସ୍ୟା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।ପଞ୍ଚାୟତର ପାନୀୟଜଳ ସମସ୍ୟା,ବିଦ୍ୟୁତ କରଣ ସମସ୍ୟା,ମିଶନ ଶକ୍ତି,ଶିଶୁ ଉଦ୍ୟାନ, ଆଦର୍ଶ ଗୁହାଳ ଆଦି ବିଷୟରେ ତଦାରଖ କରିଥିଲେ।ଏବଂ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କିପରି ଅଧିକ କାର୍ଯ୍ୟ ଦିବସ ସୃଷ୍ଟି ହୋଇପାରିବ।ପ୍ରତ୍ୟେକ ପଞ୍ଚାୟତରେ ଜନସେବା କେନ୍ଦ୍ର ପାଇଁ ସରକାରଙ୍କ ଅନୁମତି ପ୍ରଦାନ କରାଯାଇଛି।ତେବେ ଉକ୍ତ ଜନ ସେବା କେନ୍ଦ୍ରକୁ ସ୍ଥାନୀୟ ଏସ୍ ଏସ୍ ଜି ଗୃପ ଦ୍ୱାରା ପରିଚାଳିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ବର୍ତ୍ତମାନ ଗ୍ରୀଷ୍ମ ଋତୁ ଆସୁଥିବା କାରଣରୁ ପୋଖରୀ ଶୁଖିବା ସହ ଉତ୍କଟ ପାନୀୟ ଜଳ ଅଭାବ ବହୁ ମାତ୍ରାରେ ଦେଖାଦେଲାଣି ସେହି ସମସ୍ୟାକୁ ସମାଧାନ ହୋଇପାରିବ ସେ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ଅଧାପନ୍ତରିଆ କାର୍ଯ୍ୟ ସମେତ ଉର୍ଣ୍ଣୟନ ମୂଳକ କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ସ୍ଥାନୀୟ ସରପଞ୍ଚ ଓ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ। ଏହି ସମୀକ୍ଷା ବୈଠକ ଅବସରରେ କୁକୁଡାଖଣ୍ଡି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ବିଡ଼ିଓ ଗଦାଧର ପାତ୍ର,ବ୍ଲକ ଉପାଧକ୍ଷା ଲକ୍ଷ୍ମୀ ପ୍ରିୟା ସାହୁ,ରଙ୍ଗେଇଲୁଣ୍ଡା ବ୍ଲକ ଉପାଧ୍ୟକ୍ଷ ଅଜିତ କୁମାର ଦାସ,ବ୍ଲକ ଏଇ ସୁଜିତ କୁମାର ତହଲ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ ପାତ୍ର,ଲୋଚାପଡା ସରପଞ୍ଚ ମିନତୀ ବେହେରା,ହୁଗୁଳାପଟ୍ଟା ସରପଞ୍ଚ ପ୍ରଦୀପ କୁମାର ମଲଣା,ବୋରିଗାଁ ସରପଞ୍ଚ ବସନ୍ତ କୁମାର ସାହୁ,ନିମଖଣ୍ଡି ସରପଞ୍ଚ ପ୍ରଦୀପ କୁମାର ବେହେରା,ଗୁରୁଣ୍ଠି ସରପଞ୍ଚ ଟି.ମିନତୀ ପାତ୍ର,ଗୁରୁଣ୍ଠି ସମିତିସଭ୍ୟ ଏମ୍. ବିସିକେସନ ,ବୋରିଗାଁ ସମିତି ସଭ୍ୟା ମୀରା ସାହୁ,ଜେଇ ପଦ୍ମିନୀ ବେହେରା,ଜଗନ୍ନାଥ ପ୍ରଧାନ, ଅଚ୍ୟୁତାନନ୍ଦ ପଟନାୟକ, ସଚୀନନ୍ଦନ ବିଷୋୟୀ,ପିଇଓ ରମେଶ ଚନ୍ଦ୍ର ରଥ,ସଂଗ୍ରାମ ଆଚାର୍ଯ୍ୟ, ବୁଲୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ I

ରିପୋର୍ଟ :ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here