ବରିଷ୍ଠ ସଙ୍ଗୀତଜ୍ଞ ଦ୍ବାରିକା ନାଥ ଘଡେଇ ଆଉ ନାହାଁନ୍ତି

0
362

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା) ଅତି ପରିଚିତ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠ ଶିଳ୍ପୀ ଦ୍ବାରିକା ନାଥ ଘଡେଇ ଗତ ଗୁରୁବାର 65ବର୍ଷ ବୟସ ରେ ବ୍ରହ୍ମପୁର ବଡଡାକ୍ତରଖାନା ରେ ପରଲୋକ ଗମନ କରିଛନ୍ତି। ମୁତୃ ଶଯ୍ୟା ନିକଟରେ ତାଙ୍କ ପୁତ୍ର ସୁନିଲ କନ୍ୟା କଳ୍ପନା ଓ ଅର୍ଚ୍ଚନା ଙ୍କ ସମେତ ପରିବାର ର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ । ଶୁକ୍ରବାର ନିମଖଣ୍ଡି ମଶାଣିରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହେବ । ସେ ବଡ଼ ମେଡିକାଲ ରେ ଜଣେ କର୍ମଚାରୀ ରହି ଅବସର ନେଇଥିଲେ । ତାଙ୍କ ମୃତ୍ୟୁ ରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ସେ ଜଣେ ବନ୍ଧୁ ପ୍ରେମୀ, ମିଷ୍ଟ ଭାସି ଓ ପରୋପକାରୀ ବ୍ୟକ୍ତି ଥିଲେ । ଘଡଘଡି ସାର ବୋଲି ସେ ବେଶ ପରିଚିତ ଥିଲେ । ତାଙ୍କ ବିୟୋଗ ରେ ବହୁ ଶିଷ୍ୟ ଛାତ୍ର ଛାତ୍ରୀ ,ବନ୍ଧୁବର୍ଗ ଓ ସଙ୍ଗୀତ ଅନୁଷ୍ଠାନ ତରଫରୁ ଗଭୀର ଶୋକ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here