କୋରନା ଯୋଦ୍ଧାଙ୍କୁ ସମ୍ମାନିତ

0
353

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ): ମହାମାରୀ କୋରନା ମୁକାବିଲା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଲକ୍ ଡାଉନ ଘୋଷଣା କରିଛନ୍ତି । ଏହି ମାରାତ୍ମକ ଭୂତାଣୁ ଠାରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସରକାର ଓ ଜନସାଧାରଣ ଙ୍କ ପାଇଁ ଆଗ ଧାଡିର ଯୋଦ୍ଧା ଭାବେ ଅଣ୍ଟା ଭିଡି ଛିଡା ହୋଇଛନ୍ତି ସ୍ୱାସ୍ଥ୍ୟ କର୍ମଚାରି , ସଫେଇ କର୍ମଚାରୀ, ପୋଲିସ ଓ ଜିଲ୍ଲା ପ୍ରଶାସନ , ଶିକ୍ଷକ ଶିକ୍ଷୟିତ୍ରୀ, ସାମ୍ବାଦିକ , ଅଙ୍ଗନାବାଡି କର୍ମୀ,ଆଶା ଦିଦି । ଧନଜୀବନକୁ ରକ୍ଷା କରିବା ପାଇଁ ଆଗଧାଢ଼ଡିର ଯୋଦ୍ଧାମାନଙ୍କ ଭିତରେ ପୋଲିସ କର୍ମଚାରୀ ମାନେ ଅନ୍ୟତମ । ଭଞ୍ଜନଗର ନିକଟସ୍ଥ କୁଲାଡ ଠାରେ ବିଜେପି ର ସମସ୍ତ କର୍ମକର୍ତା କୁଲାଡ଼ ମଣ୍ଡଳ ସଭାପତି ବ୍ରହ୍ମlନନ୍ଦ ଦାଶ, ଏବଂ ପଞ୍ଚାୟତ ପ୍ରମୁଖ ସଞ୍ଜୟ ପ୍ରଧାନ ଙ୍କ ନେତୃତ୍ୱ ରେ କୁଲାଡ଼ ପୋଲିସ ଫାଣ୍ଡି ର ସମସ୍ତ କାର୍ଯ୍ୟରତ ପୋଲିସ ଭାଇ ମାନଙ୍କୁ ଉପଢଉକନ ଦେଇ କୋରନା ଯୋଦ୍ଧା ଭାବେ ସମ୍ମାନିତ କରି ଥିଲେ । ଏଭଳି ସ୍ଥିତିରେ ପୋଲିସର କାଯ୍ୟକୁ ପ୍ରଶଂସା ମଧ୍ୟ କରିଛନ୍ତି।

LEAVE A REPLY

Please enter your comment!
Please enter your name here