ଦିଗପହଣ୍ଡି ବିଧାୟକଙ୍କ ପ୍ରତିନିଧି ଭାବେ ନିଯୁକ୍ତ ହେଲେ ସମାଜ ସେବୀ ଉଦୟ ବେହେରା

0
254

କୁକୁଡାଖଣ୍ଡି : ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ କୁକୁଡାଖଣ୍ଡି ବ୍ଲକ ପ୍ରତିନିଧି ଭାବେ ସମାଜସେବୀ ଉଦୟ କୁମାର ବେହେରାଙ୍କୁ ନିଯୁକ୍ତ କରିଛନ୍ତି । ଏନେଇ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ଚିଠି ମାଧ୍ୟମରେ କୁକୁଡାଖଣ୍ଡି ବିଡ଼ିଓ ଙ୍କୁ ଅବଗତ କରାଇଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ସେ ଏକ ପ୍ରମୁଖ ଭୂମିକା ନିର୍ବାହ କରି ବିଜେଡି ପାର୍ଥିଙ୍କୁ ବିଜୟୀ କରିବାରେ ସହଯୋଗ କରିଥିଲେ ।କିଛି ବିରୋଧୀ ଦଳର ବିଜୟୀ ପାର୍ଥିଙ୍କୁ ମଧ୍ୟ ସରକାରଙ୍କ ସହ ରଖି ଉନ୍ନୟନ ମୂଳକ କାର୍ଯ୍ୟ କରିବାରେ ସହାୟକ ହୋଇଥିଲେ ।ଏନେଇ ବିଭିନ୍ନ ସଂଗଠନ ଏବଂ ଦଳୀୟ କର୍ମୀ ଓ ନେତାଙ୍କ ପକ୍ଷରୁ ଶ୍ରୀ ବେହେରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here