ଆମ ପୋଲିସ ସମିତି ପକ୍ଷରୁ ରକ୍ତଦାନ ଶିବିର

0
294

ବୁଗୁଡା(ନ୍ୟୁଜଏକ୍ସଟ୍ରା/ଅନିଲ କୁମାର ମହାରଣା):ବୁଗୁଡା ଥାନା ଆମ ପୋଲିସ ସମିତି ପକ୍ଷରୁ ମଇ ୨୫ ତାରିଖ ସୋମବାର ଦିନ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରର କାର୍ଯ୍ୟକ୍ରମରେ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଓ ଭଞ୍ଜନଗର ଏସ.ଡ଼ି.ପି.ଓ. ଶୁଭ୍ରାଂଶୁ ଶେଖର ମିଶ୍ର ଯୋଗ ଦେଇଥିଲେ। ମୋଟ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ରକ୍ତଦାତା ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଭଞ୍ଜନଗର ରକ୍ତଭଣ୍ଡାର ଡାକ୍ତର ଓ କର୍ମଚାରୀ ବୃନ୍ଦ ଶିବିରରେ ଯୋଗଦେଇ ରକ୍ତ ସଂଗ୍ରହ କରିଥିବା ବେଳେ ବୁଗୁଡା ଥାନାର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here