ପାଣିରେ ଭାସୁଥିବା ବୃଦ୍ଧଙ୍କ ମୃତ୍ୟୁ ଶରୀର ଉଦ୍ଧାର

0
238

ପୋଲସରା:ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର ଧନେଇ ନଦୀର ଲେମ୍ବୁଘାଇରେ ପାଣିରେ ଭାସୁଥିବା ଜଣେ ବୃଦ୍ଧଙ୍କ ମୃତ ଶରୀର ପୋଲସରା ପୋଲିସ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ମୃତ ବୃଦ୍ଧ ଜଣକ ହେଲେ ପୋଲସରା ଏନଏସି ନୂଆ ସାହିର ଏନ.ଦେବରାଜ ପାତ୍ର (୭୦) । ସ୍ବର୍ଗତ ଦେବରାଜ ଜଣେ ମାନସିକ ବିକୃତ ବ୍ୟକ୍ତି ହୋଇଥିବା ବେଳେ ଗତ କିଛି ଦିନ ଧରି ସେ ନିଖୋଜ ଥିଲେ । ପରିବାର ପକ୍ଷରୁ ବହୁ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ପାଇନଥିଲେ । ଜୁନ ୧୭ ତାରିଖ ସକାଳେ ନଦୀରେ ଏକ ମୃତ ଶରୀର ଭାସୁଥିବା ଦେଖି ଲୋକମାନେ ପୋଲିସକୁ ଜଣାଇଥିଲେ। ପୋଲସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକମାନଙ୍କ ସହଯୋଗରେ ବୃଦ୍ଧଙ୍କ ଶବକୁ ପାଣିରୁ ଉଦ୍ଧାର କରିଥିଲେ। ପୋଲିସ ତଦନ୍ତ କରି ଶବ ଚିହ୍ନଟ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here