ଖାଦ୍ୟ ପାଇଁ ଗୋରୁଗାଈ ଡହଳବିକଳ…। ଅଗ୍ନିଶମ ବିଭାଗ ଓ ସ୍ବେଚ୍ଛାସେବୀଙ୍କ ମିଳିତ ଉଦ୍ୟମରେ ଅସହାୟ ପାଇଲା ନୁଆ ଜୀବନ…

0
347

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଜନଶୂନ୍ୟ ରାସ୍ତାରେ ବୁଲୁଛନ୍ତି ଗୋରୁଗାଈ । ଖାଦ୍ୟ ପାଇଁ ଏମାନେ ଡହଳ ବିକଳ ହେଉଛନ୍ତି । ଏପରି କି ଖାଦ୍ୟ ଭାବ ଯୋଗୁ କେତେକ ପଶୁ ଏକପ୍ରକାର ମରଣ ମୁହଁକୁ ଠେଲି ହୋଇଗଲେଣି । କରୋନା ମୁକାବିଲା କଟକଣା ପାଇଁ ଜନଜୀବନ ପ୍ରଭାବିତ । ଏଥିରୁ ଜୀବଜନ୍ତୁ ବି ବାଦ୍ ପଡିନହନ୍ତି । ଆଜି ଏକ ଗାଈ ଖାଦ୍ୟ ନପାଇ ଡହଳ ବିକଳ ହୋଇ ଏକ ପରିତିକ୍ତ ଲାଟିନ ଗାତରେ ପଡ଼ିଯାଇଥିଲା । ପୁରୁଣା ବ୍ରହ୍ମପୁର ଉତ୍କଳ ସିନେମା ହଲ୍ ନିକଟସ୍ଥ ପଞ୍ଚୁଦୋଳ ମଠ ନିକଟରେ କାମ ଚାଲିଥିବା ଏକ ଲାଟିନ ଟାଙ୍କ୍ ଗାତରେ ଗୋଟେ ଗାଈ ପଡିଥିବାର ଦେଖି ସମାଜସେବୀ ତଥା ସବୁଜ ବାହିନୀର ଶିବରାମ ପାଣିଗ୍ରାହୀ ସ୍ବେଚ୍ଛାସେବୀ ଲଲାଟେନ୍ଦୁଙ୍କୁ ଖବର ଦେଇଥିଲେ । ଖବର ପାଇବା ସଂଗେ ସଂଗେ ଅତି ଗୁରୁତର ଭାବେ ନେଇ ଅଗ୍ନିଶମ ବିଭାଗ ସହ ଯୋଗାଯୋଗ କରି ଅଗ୍ନିଶମ ବିଭାଗ ଦ୍ବାରା ଗାଈଟିକୁ ଉଦ୍ଧାର କରାଯାଇଥିଲା । ଏଭଲି କାର୍ଯ୍ୟକୁ ସ୍ଥାନୀୟ ଲୋକେ ସ୍ବେଚ୍ଛାସେବୀଙ୍କୁ ପ୍ରଶଂସା କରିବା ସହ ଅଗ୍ନିଶମ କର୍ମଚାରୀଙ୍କୁ ଧନ୍ୟବାଦ୍ ଜଣାଇଥିଲେ । ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଯେଉଁ ସହାୟତା ଦିଆଯାଉଛି ତାହା ପର୍ଯ୍ୟାପ୍ତ ନୁହେଁ। ପଶୁ ପକ୍ଷୀଙ୍କ ନିମନ୍ତେ ଆସିଥିବା ଲକ୍ଷ୍ୟାଦ୍ଧିକ ଟଙ୍କା ଗଲା କୁଆଡେ ବୋଲି ଜନସାଧାରଣ ପ୍ରଶ୍ନ କରିଛନ୍ତି ?

LEAVE A REPLY

Please enter your comment!
Please enter your name here