ବୃକ୍ଷ ହଁ ଜୀବନ ।

0
369

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ):ବୃକ୍ଷ ହଁ ଜୀବନ । ବୃକ୍ଷ ଆମର ବହୁତ ଉପକାରରେ ଆସେ । ଯେପରି ଜଳ ଆମର ନିତାନ୍ତ ଆବଶ୍ୟକ । ବୃକ୍ଷ ମଧ୍ୟ ଆବଶ୍ୟକ । ବୃକ୍ଷ ବିନା ଆମେ ବଞ୍ଚିପାରିବା ନାହିଁ । କାରଣ ବୃକ୍ଷ ଠାରୁ ଆମେ ଅମ୍ଳଜାନ ପାଇଥାଉ ଓ ସେହି ଅମ୍ଳଜାନ ଦ୍ବାରା ହଁ ଆମେ ଶ୍ୱାସକ୍ରିୟା କରୁ । ବୃକ୍ଷ ମଧ୍ୟ କଷ୍ଟ ସହିପାରେ । ଖୁସି ହୋଇପାରେ । ଖାଦ୍ୟ ଖାଇପରେ । ସେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରେ । ଯଦି ତା’ର କୌଣସି ଡାଳ ଭାଙ୍ଗିଯାଇଥାଏ, ସେ ଦୁଃଖ ଅନୁଭବ କରେ । ବୃକ୍ଷକୁ କେବେ ମଧ୍ୟ ନଷ୍ଟ କରିବା ଉଚିତ୍ ନୁହେଁ । ବୃକ୍ଷ ଆମର ଏକ ଉପକାରୀ ବନ୍ଧୁ । ଖରା ଦିନେ ତାର ଛତ୍ରଛାୟା ତଳେ ଛାଇ ଦିଏ,ପବନ ଦିଏ । ଫୁଲ ଫଳ ଦିଏ । ବୃକ୍ଷ ଅନେକ ପଶୁ ଓ ପକ୍ଷୀଙ୍କର ମଧ୍ୟ ଆବଶ୍ୟକ । କିନ୍ତୁ ଆଜିକାଲି ବୃକ୍ଷକୁ କାଟି ପଦା କରିଦିଆଯାଉଛି ତ, ଆଉ କେତେବେଳେ ଝଡ଼ ତୋଫାନ ଯୋଗୁଁ ପଡ଼ିଯାଇଥିବା ବୃକ୍ଷକୁ କଟା ଯାଉଛି । ଏସବୁକୁ ଦୃଷ୍ଟିରେ ରଖି ପଶୁ ପ୍ରେମୀ ଲଲାଟେନ୍ଦୁ ଚୌଧୁରୀ, ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ ଅଗ୍ନିଶମ ବିଭାଗର ଅଧିକାରୀଙ୍କ ସହ ଯୋଗାଯୋଗ କରି ଗଛକୁ ନ କାଟି ଯେପରି ପୁନଃ ଉଦ୍ଧାର କରାଯାଇପାରିବ ସେଥିପତି ଦୃଷ୍ଟି ଆକର୍ଷଣ କରିଥିଲେ ।

LEAVE A REPLY

Please enter your comment!
Please enter your name here