ଇନ୍ଦ୍ରାବତୀ ନଦୀରେ ବୁଡ଼ି ବି ମାଳିଗୁଡା ର ବୃଦ୍ଧ ମୃତ

0
320

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ବି ମଳିଗୁଡା ଗ୍ରାମର ବୃଦ୍ଧ ସଦା ପୂଜାରୀ ସବୁ ଦିନ ଭଳି ମଙ୍ଗଳବାର ଦିନ ଗାଇ ଚରାଇବାକୁ ଯାଇଥିଲେ କିନ୍ତୁ ସନ୍ଧ୍ୟା ସମୟ ପୂର୍ବରୁ ଗାଈ ଓ ସାଙ୍ଗରେ ଯାଇଥିବା ପୋଷା କୁକୁର ଘରକୁ ଫେରିଥିବା ବେଳେ ସଦା ଆଉ ଘରକୁ ଫେରିନଥିଲେ । ରାତି ହେବା ପରେ ମଧ୍ୟ ସଦାଙ୍କ କୌଣସି ଖୋଜ ଖବର ନ ମିଳିବାରୁ ବାଧ୍ୟ ହୋଇ ପରିବାର ତରଫରୁ ଡଙ୍ଗରଭେଜା ପୋଲିସ ଫାଣ୍ଡିକୁ ଜଣାଇଥିଲେ । ପରେ ପୋଲିସ ବି ମାଳିଗୁଡା ଆସି ପ୍ରାଥମିକ ଅନୁସନ୍ଧାନ ରୁ ଜାଣିପାରିଲେ ଯେ ଗ୍ରାମବାସୀମାନେ ଶେଷ ଥର ପାଇଁ ଇନ୍ଦ୍ରାବତୀ ନଦୀ କୂଳରେ ଦେଖୁ ଥିବାରୁ ସେ ଇନ୍ଦ୍ରାବତୀ ନଦୀରେ ବୁଡି ଯାଇଥିବା ଆଶଙ୍କା ପ୍ରକାଶ କରି ବୁଧବାର ଦିନ ସାରା ଅଗ୍ନିଶମ ବାହିନୀ ତରଫରୁ ନଦୀ ଭିତରେ ସନ୍ଧାନକରି ବିଫଳ ହୋଇଥିଲେ । ଶେଷରେ ବୁଧବାର ରାତି ୨ ଘଣ୍ଟା ସମୟରେ ସଦାଙ୍କ ମୃତ ଶରୀର ବି ମାଳିଗୁଡା ଠାରୁ ୨ କିଲୋମିଟର ଦୂରରେ ଇନ୍ଦ୍ରାବତୀ ନଦୀ କୂଳରେ ଥିବା ପରିଜା ମିନୀଗୁଡିର ଧାରିଣୀ ପାଖରେ ରହିଥିବା ଦେଖାଯାଇଥିଲା । ପରେ ଆଜି ସକାଳେ ନବରଙ୍ଗପୁର ମୁଖ୍ୟ ଡାକ୍ଟରଖାନାରେ ଶବ ବ୍ୟବଚ୍ଛେଦ ପରେ ଶବକୁ ପରିବାରକୁ ଅନ୍ତିମ କ୍ରିୟା ନିମନ୍ତେ ହସ୍ତାନ୍ତର କରାଯାଇଥିଲା ।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here