ବୁଗୁଡା ବ୍ଲକ ବିଷ୍ଣୁଚକ୍ର ଗ୍ରାମବାସୀଙ୍କ ବାଦାନ୍ୟତା

0
454

ବୁଗୁଡା(ନ୍ୟୁଜଏକ୍ସଟ୍ରା/ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ପ୍ରଥମ କରୋନା ଆକ୍ରାନ୍ତରେ ମୃତ୍ୟୁ ବରଣ କରିଥିବା ପୋଲସରା ବ୍ଲକ ମଧୁପଲ୍ଲୀ ଗ୍ରାମର ଶ୍ରମିକ ସ୍ବର୍ଗତ ପ୍ରଫୁଲ ବେହାରଙ୍କ ପରିବାରଙ୍କୁ ବୁଗୁଡା ବ୍ଲକ ବିଷ୍ଣୁଚକ୍ର ଗ୍ରାମର ଜନସାଧାରଣ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ବରିଷ୍ଠ ସମାଜସେବୀ ଖଲି ପରିଡାଙ୍କ ନେତୃତ୍ୱରେ ଯୁବ ସମାଜସେବୀ ସୂର୍ଯ୍ୟ ଭାଇ, ମନୋଜ ଭାଇ, ନାରାୟଣ ଭାଇ, ରଙ୍କନିଧି ଭାଇ,ସ୍ୱରାଜ୍ୟ ଭାଇ ପ୍ରମୁଖ ରବିବାର ଦିନ ମଧୁପଲ୍ଲୀରେ ପହଁଞ୍ଚି ସ୍ବର୍ଗତ ପ୍ରଫୁଲଙ୍କ ବିଧବା ପତ୍ନୀଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ। ବିଷ୍ଣୁଚକ୍ର ଗ୍ରାମର ଯୁବ ଗୋଷ୍ଠୀ ନିଜ ନିଜ ମଧ୍ୟରେ ଚାନ୍ଦାକରି ଅସହାୟ ବିଧବା ମହିଳାଙ୍କୁ ସହାୟତାର ହାତ ବଢାଇ ଥିବା ଯୋଗୁଁ ବୁଦ୍ଧିଜୀବୀ ମାନେ ଉଚ୍ଚ ପ୍ରଶଂସା କରିଛନ୍ତି।

LEAVE A REPLY

Please enter your comment!
Please enter your name here