ମୃତ ସତ୍ୟବାନ ଙ୍କ ଘରେ ପହଂଚି ସମବେଦନା ଜଣାଇଲେ ବିଜେପି କର୍ମକର୍ତ୍ତା

0
448

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ): ସୁରତରେ ପୋଲିସର ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ପ୍ରବାସୀ ଓଡ଼ିଆ ସତ୍ୟବାନ ସ୍ବାଇଁ ଙ୍କ ଘର ବାରୁଡ଼ା ଗ୍ରାମରେ ପହଂଚି ଆଜି କନ୍ଧମାଳ ବିଜେପି ସାଂସଦ ପ୍ରାର୍ଥୀ ଖାରବେଳ ସ୍ବାଇଁ ଓ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ବିଧାୟକ ପାର୍ଥୀ ପ୍ରଦ୍ୟୁମ୍ନ ନାୟକଙ୍କ ସହିତ ଭଞ୍ଜନଗର ବିଜେପିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଉପସ୍ଥିତ ରହି ମୃତ ସତ୍ୟବାନ ଙ୍କ ପରିବାର ସଦସ୍ୟଙ୍କୁ ସାନ୍ତ୍ଵନା ଓ ସମବେଦନା ଜଣାଇବା ସହିତ ଆର୍ଥିକ ସହାୟତା ମଧ୍ୟ ଦେଇଥିଲେ ଭଞ୍ଜନଗର ବିଜେପି କର୍ମକର୍ତ୍ତା । ଏଥି ସହିତ ସମ୍ପୂର୍ଣ୍ଣ ଭାବେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ଏବଂ ସୁରତ ପୋଲିସ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଦିଗରେ ପ୍ରଚେଷ୍ଟା ଜାରି ରହିବ ବୋଲି ଖାରବେଳ ସ୍ବାଇଁ କହିଥିବାବେଳେ ମୃତ ସତ୍ୟବାନଙ୍କର ପରିବାରକୁ କେନ୍ଦ୍ର ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଲାଗି ପ୍ରଚେଷ୍ଟା କରିବା ପାଇଁ ବିଜେପି ନେତା ପ୍ରଦ୍ୟୁମ୍ନ ନାୟକ କହିଛନ୍ତି l

LEAVE A REPLY

Please enter your comment!
Please enter your name here