ବିଧାୟକ ପରିଦର୍ଶନ କଲେ ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରବାସୀଙ୍କ ସହ ଆଲୋଚନା।

0
380

ବୁଗୁଡା(ନ୍ୟୁଜଏକ୍ସଟ୍ରା/ଅନିଲ କୁମାର ମହାରଣା):ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମଇ ୧୪ ତାରିଖ ଦିନ ପୋଲସରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା ସହ ସଙ୍ଗରୋଧରେ ଥିବା ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରିଥିବା ଜଣାପଡିଛି। ବିଧାୟକ ଶ୍ରୀ ସାହୁ ପୋଲସରା ବ୍ଲକର ଚଢ଼ିଆପଡା, କଣଛାଇ, ପଙ୍କଳବାଡି, ହାତିପାଦ ପଲ୍ଲୀ, ଗରେଇଝୁଳି, ଓ କେନ୍ଦୁବାଡ଼ି ଏବଂ ବୁଗୁଡା ବ୍ଲକର ପଙ୍କଳବାଡ଼ି, ପାଙ୍ଗିଡ଼ି, ଅନ୍ତରପଡ଼ା, ତାଳସାକାର, ଓ ଖୋଳଖାଳି ପ୍ରଭୃତି ବିଦ୍ୟାଳୟ ଗୁଡିକର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ପ୍ରବାସୀ ଓଡ଼ିଆଙ୍କ ଅଭାବ ଅସୁବିଧା ବୁଝିଥିଲେ। ଏଥିସହ ସେହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ଦାୟୀତ୍ୱରେ ଥିବା ପଞ୍ଚାୟତର ଲୋକପ୍ରତିନିଧି ପାଙ୍ଗିଡ଼ି ସରପଞ୍ଚ ସୁଶାନ୍ତ ଆପଟ,ସମିତି ସଭ୍ୟ କୃଷ୍ଣ ଚନ୍ଦ୍ର ରା ଓ ଖୋଳଖାଳି ସରପଞ୍ଚ ସୂର୍ଯ୍ୟମଣି ଗୌଡ଼, ସମିତି ସଭ୍ୟ ବିବେକାନନ୍ଦ ବାରିକ ଏବଂ ସରକାରୀ କର୍ମଚାରୀମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here