ମୋ ସ୍କୁଲ ଅଭିଯାନ ପାଣ୍ଠିକୁ ପ୍ରଫେସରଙ୍କ ଦାନ

0
265

ବୁଗୁଡା(ଅନିଲ କୁମାର ମହାରଣା) ବୁଗୁଡା ନିକଟସ୍ଥ ହାତୀପାଦପଲ୍ଲୀ ପ୍ରାଥମିକ ସ୍କୁଲର “ମୋ ସ୍କୁଲ ଅଭିଯାନ” ପାଣ୍ଠିକୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପୂର୍ବତନ ପ୍ରଫେସର  ଡଃ ସୁବାସ ଚନ୍ଦ୍ର ପରିଡା ଦଶ ହଜାର ଟଙ୍କା ପ୍ରଦାନ କରିଛନ୍ତି I ଶ୍ରୀ ପରିଡାଙ୍କ ନିଜଗ୍ରାମ ହାତୀପାଦପଲ୍ଲୀ ହୋଇଥିବା ବେଳେ ନିଜ ଗ୍ରାମର ସ୍କୁଲର ଉନ୍ନତି ପାଇଁ ଦଶ ହଜାର ଟଙ୍କା ପ୍ରଧାନ ଶିକ୍ଷକ ସନାତନ ନାହାକଙ୍କୁ ପ୍ରଦାନ କରିଥିଲେ I ସହକାରୀ ଶିକ୍ଷକ ଶିବାନନ୍ଦ ଚୌଧୁରୀ ଉପସ୍ଥିତ ଥିଲେ I ଏହି ଅର୍ଥରେ ଛାତ୍ରଛାତ୍ରୀମାନଙ୍କ ପାଇଁ ବସିବା ଉପକରଣ ନିର୍ମାଣ କରାଯିବ ବୋଲି ପ୍ରଧାନଶିକ୍ଷକ ଶ୍ରୀ ନାହାକ ପ୍ରକାଶ କରିଛନ୍ତି I

LEAVE A REPLY

Please enter your comment!
Please enter your name here