ମୃତକ ପରିବାର କୁ ୫୦ ହଜାର ଟଙ୍କା ପ୍ରଦାନ କଲେ ସିନେ ତାରକା ଅର୍ଦ୍ଧେନ୍ଧୁ ।

0
320

ପୋଲସରା(ନ୍ୟୁଜଏକ୍ସଟ୍ରା/ଅନିଲ କୁମାର ମହାରଣା): ଗଂଜାମ ଜିଲ୍ଲା ପୋଲସରା ବ୍ଲକ ମଧୁପଲ୍ଲୀ ପଞ୍ଚାୟତରେ ପ୍ରଥମ କରି କରୋନା ଆକ୍ରାନ୍ତରେ ମୃତ୍ୟୁବରଣ କରିଥିବା ପ୍ରଫୁଲ୍ଲ ବେହେରା । ଯାହାକୁ ନେଇ ପ୍ରଫୁଲ୍ଲ ଙ୍କ ପରିବାର ଶୋକ ସନ୍ତପ୍ତରେ ବୁଡ଼ି ରହିଥିବା ବେଳେ ମୃତ ପ୍ରଫୁଲ୍ଲ ଙ୍କ ପରିବାରକୁ ଦିନକୁ ଦିନ ସହାୟତାର ହାତ ବଢ଼ିବାରେ ଲାଗିଛି । ଯାହାକୁ ନେଇ ବୁଧବାର ଓଡ଼ିଶାର ସିନେ ଜଗତର ତାରକା ଅର୍ଦ୍ଧେନ୍ଧୁ ସୁନ୍ଦର ସାହୁ ମଧୁପଲ୍ଲୀ ସ୍ଥିତ ମୃତଙ୍କ ଗ୍ରାମରେ ପହଞ୍ଚି ଆସହାୟ ପରିବାର ଙ୍କୁ ଭେଟି ୫୦ ହଜାର ଟଙ୍କାର ଏକ ଚେକ୍ ପ୍ରଦାନ କରିଛନ୍ତି । କରୋନାର ଏହି ମହା ବିପତ୍ତି ସମୟରେ ପ୍ରଫୁଲ୍ଲଙ୍କ ଅକାଳ ବିୟୋଗ ସତେ ଯେମିତି ଉକ୍ତ ପରିବାରର ଆର୍ଥିକ ଓ ମାନସିକ ସ୍ଥିତିକୁ ସଂପୂର୍ଣ୍ଣ ବିଗାଡି ଦେଇଛି । ପରିବାର ଏକ ମାତ୍ର ରୋଜଗାର କ୍ଷମ ପ୍ରଫୁଲ୍ଲଙ୍କୁ ହରାଇ ସ୍ତ୍ରୀ ଓ ୪ ଝିଅ ଅସହାୟ ଅବସ୍ଥାରେ ଆଖିରୁ ଲୁହ ଝରାଇ ବଞ୍ଚିବାର ରାହା ଖୋଜୁଛନ୍ତି । ଏଭଳି ଦୁଖଦ ଘଟଣା ନେଇ ଗଂଜାମ ଜିଲ୍ଲା ସମେତ ଜିଲ୍ଲା ବାହାରୁ ମଧ୍ୟ ଏହି ପରିବାର କୁ ସାହାଯ୍ୟ ଏବଂ ସହାୟତାର ହାତ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାର ସିନେ ଜଗତର ତାରକା ଅର୍ଦ୍ଧେନ୍ଧୁ ସୁନ୍ଦର ସାହୁ ମୃତକ ପରିବାରକୁ ଆଶ୍ବାସନା ଦେଇ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଏହି ସମୟରେ ଅନ୍ୟମାନଙ୍କ ମଧ୍ୟରେ ମଧୁପଲ୍ଲୀ ସରପଞ୍ଚ କସ୍ତୁରୀ କରଣ , ପ୍ରତିନିଧି ବସନ୍ତ କରଣ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here