ବାଉଁଶଲୁଣ୍ଡି ପଂଚାୟତ ରେ ରାଶନ କାର୍ଡ ନଥିବା ଗରିବ ଲୋକ ମାନଙ୍କୁ ରାଶନ ସାମଗ୍ରୀ ବଣ୍ଟନ

0
363

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ):କୋରନା ପାଇଁ ଓଡ଼ିଶା ସରକାର ୩ମାସ ର ଚାଉଳ ଓ ଗହମ ରେଶନ କାର୍ଡ ଥିବା ହିତାଧିକାରୀ ମାନକୁ ଦେଇଥିବା ବେଳେ ଫଳରେ ଅନେକ ଗରିବ ଓ ଅସହାୟ ଲୋକ ମାନେ ଯାହାର ରେଶନ କାର୍ଡ ନାହିଁ ଏଥିରୁ ବଞ୍ଚିତ ହୋଇଥିଲେ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଯୋଗାଣ ବିଭାଗ ଅଧିକାରୀ ମାନକୁ ନିର୍ଦ୍ଦେଶ ଦେଇଥିଲେ ଯେ ଯେଉଁ ଗରିବ ଲୋକ ମାନଙ୍କ ରେଶନ କାର୍ଡ ନାହିଁ ସେମାନେ ଙ୍କୁ ମାଗଣାରେ ରାଶନ ସାମଗ୍ରୀ ବଣ୍ଟନ କରିବାକୁ। ଏହାକୁ ନଜରରେ ରଖି ଆଜି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଳକ ବାଉଁଶଲୁଣ୍ଡି ପଂଚାୟତରେ ସରପଞ୍ଚ ଶାନ୍ତିଲତା ନାୟକ, ବ୍ଳକ ଉପାଦକ୍ଷ ଜିତେନ୍ଦ୍ର କେଶରୀ ଆରୁଖ, ପୂର୍ବତନ ବ୍ଳକ ଚେଇରୀମେନ ଭବାନୀ ଶଙ୍କର ପ୍ରଧାନ,ବିଜୁ ସୃତି ସଂସଦ ସମ୍ପାଦକ ରାଜେନ୍ଦ୍ର ପ୍ରଧାନ ଓ ଲିଙ୍ଗରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ପଂଚାୟତ ର ୩୦ଜଣ ଗରିବ ପରିବାର କୁ ରାଶନ ସାମଗ୍ରୀ ବଣ୍ଟନ କରିଛନ୍ତି

LEAVE A REPLY

Please enter your comment!
Please enter your name here