ସତହୋଇଗଲା ମିଛ ଅଭିମାନ ; ଶିକାରୀର ତାରରେ ଲାଗି ମଣିଷ ହୋଇଗଲା ଶିକାର

0
448

ଭଞ୍ଜନଗର(ନିଲୁ ବିଷୋୟୀ)ପତ୍ନୀ ସହିତ ସାମାନ୍ୟ କଥାକୁ ନେଇ ବୋଲାବୋଲି ହେବାପରେ ଆଜି ଆଉଫେରିବେନି ମୁଁ ମରିଯିବି କହି ଘରୁ ବାହାରି ଜଙ୍ଗଲ ଆଡକୁ ମିଛିମିଛିକା ପଳାଇ ଥିଲେ । ହେଲେ କିଏ ଜାଣିଛି ଏହି ମିଛିମିଛିକା କଥା ପଦକ ସତ ହୋଇଯିବ ବୋଲି । ଜଙ୍ଗଲି ଯନ୍ତୁ ଶିକାର ପାଇଁ ଵିଛାଯାଇଥିବା ମରଣ ଜାଲରେ ଛନ୍ଦି ହୋଇ ଚାଲିଯାଇଛି ନିଷ୍ପାପ ଯିବନଟିଏ । ଓ ଏହି ବ୍ୟକ୍ତି ଉପରେ ନିର୍ଭର କରୁଥିବା ଆଉ ଚାରିପ୍ରାଣୀ ଏବେ ହୋଇପଡିଛନ୍ତି ବେସାହାରା ।
ଏଭଳି ଘଟଣା ଘଟିଛି ତାରାସିଂଗ ଥାନା ଅନ୍ତର୍ଗତ ବଣିଆ ପଲ୍ଲୀ ଗାଁରେ । ଗତ ଶୁକ୍ରବାର ରାତିରେ ବଙ୍କିୟା ପାତ୍ର ନାମକ ଜଣେ ୩୬ ବର୍ଷିୟ ବିବାହିତ ଯୁବକ ବିଛାଯାଇଥିବା ବିଦ୍ୟୁତ ତାରରେ ଲାଗି ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ । ତାକୁ ଉଦ୍ଧାର କରିବା କୁ ଯାଇ ପୁତୁରା ଗୁରୁତର ଅବସ୍ଥାରେ । କଡୁତାଇ ପଞ୍ଚାୟତ ବଣିଆପଲ୍ଲୀ ଗାଁ ନିକଟ ଜଙ୍ଗଲିଆ ଅଞ୍ଚଳରେ ବାସକରୁଥିବା ବଙ୍କିୟ ପାତ୍ର ଙ୍କ ଏଭଳି ମୃତ୍ୟୁ ଘଟିଛି । ସୂଚନା ପ୍ରକାରେ ଭଞ୍ଜନଗର ବ୍ଳକ ତୁରୁମ ପଞ୍ଚାୟତ ସୋରିଷମୁଳି ଗ୍ରାମର ମୂଳ ବାସିନ୍ଦା ପ୍ରାୟ ତିନିବର୍ଷ ହେବ ଏହି ପରିବାର ସହିତ ତାଙ୍କ ସଂପର୍କିୟ ଏଠାରେ ବାସ କରି ଆସୁଛନ୍ତି । ଏହାର ନିକଟରେ ଥିବା ପଥରକ୍ବାରିରେ କାମ କରି ଦିନକୁ ୨୦୦ ରୁ ୩୦୦ ଟଙ୍କା ରୋଜଗାର କରି ନିଜ ପରିବାର ପ୍ରତିପୋଷଣ କରିଥାଆନ୍ତି । ଗତରାତିରେ ସାମାନ୍ୟ କଥାରେ ରାଗି ମୁଁ ମରିଯିବି କହି ବଙ୍କିୟ ଘରୁ ଚାଲି ଯାଇଥିଲା । କୁଆଡେ ଗଲେ ବୋଲି ପତ୍ନୀ ନନ୍ଦିନୀ ତାଙ୍କ ପୁତୁରା ବିକ୍ରମ କୁ ଖୋଜିବା ପାଇଁ ପଠାଇଥିଲେ ରାତି ପ୍ରାୟ ୮ଟା ସମୟରେ ଅନ୍ଧାରରେ ଦାଦାକୁ ଖୋଜି କୁଲାଡ ରାସ୍ତାରେ ଯାଇଥିଲେ ।ଗୋପିନାଥପୁର ନିକଟସ୍ଥ ସାଗୁଆନ ତୋଟାଠାରେ ସେ ବସିଥିଲା ଓ ବିକ୍ରମ ଆସୁଥିବା ଦେଖି ସେ ବିଲପଟକୁ ଦୈଡିପଳାଇଥିଲା । ଜଙ୍ଗଲି ଯନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାରରେ ଲାଗିଯାଇଥିଲା ଓ ସେଠାରେ ପଡିଯାଇଥିଲା ପୁତୁରା ବିକ୍ରମ ଉଧାର କରିବାକୁ ଯାଇ ସେ ମଧ୍ୟ ତାରକୁ ଧରିପକାଇ ଫିଙ୍ଗି ହୋଇଯାଇଥିଲା ଦାଦା ବଙ୍କିୟ ପାତ୍ର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଵରଣ କରିଥିବା ବେଳେ ବିକ୍ରମର ବାମହାତଟି ପୋଡିଯାଇଛି । ସେ ଆସି ଖବର ଦେବାପରେ ପରିବାରର କିଛି ବ୍ୟକ୍ତି ଯାଇ ମୃତ ଦେହକୁ ଉଦ୍ଧାର କରିବା ସହ ଶ୍ମଶାନ ନିକଟରେ ପୋତିଦେଇଛନ୍ତି ।ଏପଟେ ବେସାହାରା ହୋଇ ପଡିଛନ୍ତି ବଙ୍କିୟ ଙ୍କ ପରିବାର । ତିନିବର୍ଷ ର ଗୋଟିଏ ଝିଅ ସହିତ ଏକ ବର୍ଷର ଯାଆଁଳା ପୁତ୍ର ଦୁଇଟି ରହିଛନ୍ତି । ଯାଯାବର ଭଳି ଯିବନ ବିତାଉଥିବା ବେଳେ ଏହି ଘଟଣା ରେ ନିଜ ଭାଗ୍ୟ କୁ ନିନ୍ଦିବା ସହ କାନ୍ଦି ବୋବାଇ ରହିଛନ୍ତି । ଏସଂପର୍କରେ ପୁଲିସ କିମ୍ବା ପ୍ରଶାସନ ପାଖରେ କୈଣସି ଖବର ନାହିଁ ।

LEAVE A REPLY

Please enter your comment!
Please enter your name here