୨୦ତମ କାର୍ଗିଲ ବିଜୟ ଦିବସରେ ଶହୀଦଙ୍କୁ ସ୍ମରଣ କଲେ ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଦସ୍ୟ ।

0
609

ବ୍ରହ୍ମପୁର,୨୬/୭(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ଆଜି କାର୍ଗିଲ ବିଜୟ ଦିବସ। ଆଜିର ଦିନରେ ଆମ ଦେଶର ଚୀର ଶତ୍ରୁ ପଡୋଶୀ ପାକିସ୍ତାନକୁ ଘମାଘୋଟ ଯୁଦ୍ଧରେ ପରାସ୍ତ କରି କାର୍ଗିଲକୁ ଛଡାଇ ଆଣିଥିଲେ ବୀର ଭାରତୀୟ ସୈନ୍ୟ। ତେବେ ଏଥିରେ ଶତ୍ରୁପକ୍ଷର ଆକ୍ରମଣରେ ବହୁ ଭାରତୀୟ ସୈନ୍ୟ ଶହୀଦ ହୋଇଥିଲେ। ସେଥିମଧ୍ୟରୁ କେବଳ ୧୩ଜଣ ଶହୀଦ ଓଡ଼ିଆ ଥିଲେ। ୧୩ଓଡ଼ିଆ ଶହୀଦଙ୍କ ମଧ୍ୟରେ ବ୍ରହ୍ମପୁର ଉପକଣ୍ଠ ଜଗଦଲପୁର ଗ୍ରାମର ଶହୀଦ ଏସ ଶ୍ରୀନିବାସ ପାତ୍ର ଅନ୍ୟତମ। ଆଜିର ଦିନରେ ଶହୀଦଙ୍କ ସ୍ମରଣରେ ଗଂଜାମ5ଜିଲ୍ଲା ଯୁବ ବିଜେଡି ପକ୍ଷରୁ ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ନିକଟରୁ ଏକ ଶାନ୍ତି ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏଥିରେ ବହୁ ଯୁବ ବିଜେଡି କର୍ମୀ ଓ ନେତା ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here